ଆରମ୍ଭ ହେଲା RailOne ଆପ୍ , ଏଣିକି ଟିକେଟ୍ ବୁକ୍ ଠାରୁ ନେଇ ଟ୍ରେନ୍ରେ ଖାଦ୍ୟ ଅର୍ଡର ପର୍ଯ୍ୟନ୍ତ......
ରେଲୱେ ଟିକେଟ୍ ବୁକ୍ କରିବା ଠାରୁ ନେଇ ଟ୍ରେନ୍ରେ ଖାଦ୍ୟ ଅର୍ଡର କରିବା ଯାଏ , ଆପଣଙ୍କର ଆଉ ଅନେକ ଆପ୍ର ଆବଶ୍ୟକ ପଡ଼ିବ ନାହିଁ। ଆଇଆରସିଟିସି ନିଜର ନୂଆ ସୁପର ଆପ୍ ରେଲ୍ୱାନ ଆନୁଷ୍ଠାନିକ ଭାବେ ୧ଜୁଲାଇରେ ଲଞ୍ଚ କରିଛି, ଯାହା ଯାତ୍ରୀଙ୍କ ପାଇଁ ରେଲଯାତ୍ରା ସହ ଜଡ଼ିତ ସବୁ ଡିଜିଟାଲ ସେବା ଗୋଟିଏ ପ୍ଲାଟଫର୍ମକୁ ଆଣିଛି। ଏହି ଆପ୍ ଏବେ ଗୁଗଲ ପ୍ଲେ ଷ୍ଟୋର୍ ଓ ଆପଲ୍ ଆପ୍ ଷ୍ଟୋର ଉଭୟରେ ଉପଲବ୍ଧ ଅଛି । ଏହି ଆପ୍ ମାଧ୍ୟମରେ, ଯାତ୍ରୀମାନେ ଅନେକଗୁଡ଼ିଏ ସୁବିଧା ପାଇପାରିବେ । ଯେମିତିକି ଟ୍ରେନ୍ ଟିକେଟ୍ , ପ୍ଲାଟଫର୍ମ ଟିକେଟ୍, ଟ୍ରେନ୍ ଏବଂ PNR ଅନୁସନ୍ଧାନ, ଟ୍ରାଭେଲ୍ ଯୋଜନା , ରେଲୱେ ସହାୟତା ସେବା , ଟ୍ରେନ୍ରେ ଖାଦ୍ୟ ବୁକିଂ ଆଦିର ସୁବିଧା ମିଳିବ ।
ମାଲ୍ ପରିବହନ ସମ୍ବନ୍ଧୀୟ ଅନୁସନ୍ଧାନ ମଧ୍ୟ ଏଥିରେ ଉପଲବ୍ଧ । ଏହି ଆପ୍ର ମୂଳ ଉଦ୍ଦେଶ୍ୟ ହେଉଛି ଏକ ଉପଭୋକ୍ତାମାନଙ୍କୁ ସୁବିଧାରେ ସେବା ଯୋଗାଇବା । ଏହି ଆପ୍ ଯେ କେବଳ ଏକା ସାଙ୍ଗରେ ସବୁ ସୁବିଧା ଯୋଗାଇବ ତା ନୁହେଁ , ବରଂ ସେବାଗୁଡ଼ିକ ମଧ୍ୟରେ ସମନ୍ୱିତ ସଂଯୋଗ ପ୍ରଦାନ କରିବ । ଏଥିରେ ବ୍ୟବହାରକାରୀଙ୍କୁ ଏକାଧିକ ପାସୱାର୍ଡ ମନେ ରଖିବାର ଆବଶ୍ୟକ ନାହିଁ ।

RailOne ଆପ୍ ଡାଉନ୍ଲୋଡ୍ କଲା ପରେ ଉପଭୋକ୍ତାମାନଙ୍କୁ ବିଭିନ୍ନ ସେବା ପାଇଁ ଅଲଗା ଅଲଗା ଆପ୍ ମଧ୍ୟ ରଖିବାକୁ ପଡ଼ିବ ନାହିଁ । ଯାହା ଫଳରେ ଡିଭାଇସ୍ ଷ୍ଟୋରେଜ୍ ସଞ୍ଚୟ ହେବ । ଏହି ଆପ୍ ସହିତ R-Wallet (ରେଳୱେ ଇ-ୱାଲେଟ୍) ସୁବିଧା ମଧ୍ୟ ଯୋଡାଯାଇଛି । ସଂଖ୍ୟାତ୍ମକ mPIN ଏବଂ ବାୟୋମେଟ୍ରିକ୍ ଲଗଇନ୍ ଭଳି ସହଜ ଲଗଇନ୍ ସୁବିଧା ମଧ୍ୟ ଯୋଗାଇ ଦିଆଯିବ ।












Click it and Unblock the Notifications