Get Updates
Get notified of breaking news, exclusive insights, and must-see stories!

ଲାଲକିଲ୍ଲା ବିସ୍ପୋରଣ ପରେ ଜମ୍ମୁ-କଶ୍ମୀରର ୫୦୦ଟି ସ୍ଥାନରେ ରେଡ୍

ଦିଲ୍ଲୀ ଲାଲକିଲ୍ଲା ନିକଟରେ କାର ବୋମା ବିସ୍ଫୋରଣ ପରେ ଆକ୍ସନରେ ସୁରକ୍ଷା ଏଜେନ୍ସି। ବିସ୍ପୋରଣର କନେକ୍ସନ କାଶ୍ମୀର ସହ ଯୋଡି ହୋଇଥିବାରୁ ଏବେ ସନ୍ଦିଗ୍ଧଙ୍କ ତଲାସୀ ଜାରି ରହିଛି। ବିସ୍ଫୋରଣ ପରେ ଏପର୍ଯ୍ୟନ୍ତ ଜମ୍ମୁ-କଶ୍ମୀର ପୋଲିସ ୫୦୦ଟି ସ୍ଥାନରେ ରେଡ୍ କରିଛି ଓ ୬୦୦ ଜଣଙ୍କୁ ଅଟକ ରଖିଛି। ଏହି ଚଡାଉ ଜମାତ-ଇ-ଇସ୍ଲାମୀ ବିରୋଧରେ ହୋଇଛି। ସୁରକ୍ଷା ଏଜେନ୍ସିର କହିବା ଅନୁସାରେ, ଆମକୁ ଏହି ଇନପୁଟ୍ ମିଳିଥିଲା ଯେ, ଜମାତ୍-ଇ-ଇସ୍ଲାମୀ ପୁଣିଥରେ ଜମ୍ମୁ-କଶ୍ମୀରରେ ନିଜର କାୟା ବିସ୍ତାର କରିବାକୁ ପ୍ରସ୍ତୁତି କରୁଛି। ଏହାପରେ ଏହି ଆକ୍ସନ ନିଆଯାଇଛି। ଶ୍ରୀନଗର, କୁଲଗାମ, ପୁଲଓ୍ବାମା, ସୋପିଆ,ବାରାମୁଳା ସହିତ ବହୁ ଜିଲ୍ଲାରେ ଚଢାଉ ଚାଲିଛି।

CRPF

ଏହା ଭିତରେ ଡାକ୍ତର ମଡ୍ୟୁଲ ଉପରେ ମଧ୍ୟ ଆକ୍ଦନ ନିଆଯାଇଛି। ତିନି ସରକାରୀ କର୍ମଚାରୀ ସମେତ ୧୦ ଜଣଙ୍କୁ ପଚରା ଉଚରା ପରେ କଷ୍ଟଡିରେ ନିଆଯାଇଛି। ଅଧିକାରୀମାନେ ଗୁରୁବାର ଏହି ସୂଚନା ଦେଇଛନ୍ତି। ତଦନ୍ତକାରୀ ଟିମ୍ ରାତି ସାରା ଚଢାଉ ବେଳେ ଅନନ୍ତନାମ ପଲଓ୍ବାମା ଓ କୁଲଗାମ ଜିଲ୍ଲାରୁ ସନ୍ଦିଗ୍ଧଙ୍କୁ କଷ୍ଟଡିରେ ନେଇ ଏବେ ପଚରା ଉଚରା କରୁଛି। ଦିଲ୍ଲୀରେ ସୋମବାର ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ପୋଲିସ ଅନ୍ୟ ସୁରକ୍ଷା ଏଜେନ୍ସି ଆତଙ୍କୀ ବିରୋଧରେ ଜୋରଦାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଦେଇଛନ୍ତି।

ଅଧିକାରୀଙ୍କ କହିବା ଅନୁସାରେ, କିଛି ସନ୍ଦିଗ୍ଧ ଗତ ଏକ ବର୍ଷ ହେବ ତୁର୍କୀ ଯାଇଥିଲେ। ବହୁ ସଂଖ୍ୟାରେ ବିସ୍ଫୋରକ ଜବତ ହେବାପରେ ଡାକ୍ତରଙ୍କ ସମେତ ୭ଜଣଙ୍କୁ ଗିରଫ କରାଯାଇଥିଲା। ଏଥିପାଇଁ ୨୦୦ ରୁ ଅଧିକ ଲୋକଙ୍କୁ ପଚରା ଉଚରା କରାଯାଇଥିଲା। ପୁରା ମଡ୍ୟୁଲର ପର୍ଦାଫାଶ ଆତଙ୍କବାଦୀଙ୍କ ଦୁଇଟି ଗୋଷ୍ଠୀ ଦ୍ବାରା ଦିଆଯାଇଥିବା ସୂଚନା ଆଧାରରେ କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+