ରାହୁଲଙ୍କ ବଢିଲା ସମସ୍ୟା ; ଇସି ଦେଲେ ନିର୍ଦ୍ଦେଶ ପ୍ରମାଣ ଦିଅ, ଅଚେତ କ୍ଷମା ମାଗ

ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିର୍ବାଚନ ଆୟୋଗଙ୍କ ବିରୋଧରେ ଆଣିଥିବା ଭୋଟ ଚୋରି ଅଭିଯୋଗକୁ ନେଇ ସମସ୍ୟାରେ ପଡିଛନ୍ତି। ରାହୁଲ ଯେଉଁ ଭୋଟ ଚୋରି ଅଭିଯୋଗ କରିଛନ୍ତି ସେ ସମ୍ପର୍କରେ ଆବଶ୍ୟକ ଘୋଷଣାନାମା ଦେବାକୁ ଇସି ଶୁକ୍ରବାର ନିର୍ଦେଶ ଦେଇଛନ୍ତି। ନିଜର ଅଭିଯୋଗ ସମ୍ପର୍କରେ ଧାର୍ଯ୍ୟ ନିୟମ ଅନୁଯାୟୀ ଯଦି ଘୋଷଣାନାମା ଦେବାରେ ରାହୁଲ ବିଫଳ ହୁଅନ୍ତି ତେବେ ତାଙ୍କୁ ଦେଶ ନିକଟରେ କ୍ଷମା ମାଗିବାକୁ ପଡିବ। ନିର୍ବାଚନ ଆୟୋଗ କହିଛନ୍ତି ଯେ ପ୍ରତ୍ୟେକ କାର୍ଯ୍ୟ ଧାର୍ଯ୍ୟ ନିୟମ ଅନୁଯାୟୀ କରିବାକୁ ହୋଇଥାଏ। ଯଦି ଧାର୍ଯ୍ୟ ନିୟମ ଅନୁଯାୟୀ କାର୍ଯ୍ୟ ସମ୍ପାଦିତ ନହୋଇ ଅନ୍ୟ ଉପାୟରେ କରାଯାଏ ତେବେ ଏଥିପାଇଁ ଯେଉଁ ଅଭିଯୋଗ ହେବ ତାହା ନିୟମ ଅନୁଯାୟୀ ହେବା ଦରକାର।

rahul gandhi

ନିର୍ବାଚନ ଆୟୋଗ ଯଦି କୌଣସି ଭୋଟରଙ୍କ ନାମ ତାଲିକାରୁ ବାଦ୍‌ ଦିଅନ୍ତି କିମ୍ବା କୌଣସି ଅବୈଧ ବ୍ୟକ୍ତିଙ୍କୁ ତାଲିକାରେ ସାମିଲ କରିଥାନ୍ତି ଏସମ୍ପର୍କରେ ନିର୍ବାଚନ ପରିଚାଳନା ନିୟମ ଅନୁଯାୟୀ ଅଭିଯୋଗ କରିବାକୁ ହେବ। ଅଭିଯୋଗ ଆଧାରରେ ଏହାର ସମାଧାନ କରାଯିବ। ଆଉ ଯଦି ରାହୁଲ ମିଥ୍ୟା ଅଭିଯୋଗ କରିଥାନ୍ତି ତେବେ ସେ ଦେଶବାସୀଙ୍କ ନିକଟରେ କ୍ଷମା ମାଗିବା ଦରକାର। ଗୁରୁବାର ରାହୁଲ ଅଭିଯୋଗ କରିଥିଲେ ଯେ ଗତ ଲୋକସଭା ନିର୍ବାଚନରେ କର୍ଣ୍ଣାଟକରେ ନିର୍ବାଚନ ଆୟୋଗଙ୍କ ଦ୍ବାରା ଭୋଟ ଜାଲିଆତି ହୋଇଥିଲା। ଭୋଟ ଜାଲିଆତି ଯୋଗୁଁ କଂଗ୍ରେସ ବେଙ୍ଗାଲୁରୁ ସେଣ୍ଟ୍ରାଲ ଲୋକସଭା ଆସନରେ ପରାସ୍ତ ହୋଇଥିଲା।

ରାହୁଲଙ୍କ ଭୋଟ ଚୋରି ଅଭିଯୋଗକୁ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସମର୍ଥନ କରିଛନ୍ତି। ଏହା ସହିତ ନିର୍ବାଚନ ଆୟୋଗ ରାହୁଲଙ୍କୁ ଘୋଷଣାନାମା ଦାଖଲ କରିବାକୁ ଯେଉଁ ନିର୍ଦେଶ ଦେଇଛନ୍ତି ତାକୁ ପ୍ରିୟଙ୍କା ନିନ୍ଦା କରିଛନ୍ତି। ସଂସଦ ଭବନ ପରିସରରେ ସାମ୍ବାଦିକଙ୍କୁ ପ୍ରିୟଙ୍କା କହିଛନ୍ତି ଯେ ଇସି ନିର୍ବାଚନରେ ହୋଇଥିବା ଅନିୟମିତତା ସମ୍ପର୍କିତ ଅଭିଯୋଗକୁ ଏଡାଇଯିବାକୁ ଚାହଁୁଛନ୍ତି। ଅଭିଯୋଗର ସମାଧାନ ପରିବର୍ତ୍ତେ ଏହାର ସତ୍ୟପାଠ ମାଗୁଛନ୍ତି। ଇସି ଅନୁଭବ କରୁଛନ୍ତି ଯେ ସେ କେବଳ ବିଜେପି ନିକଟରେ ଉତ୍ତରଦାୟୀ। ଇସିଙ୍କ ଏପରି ଭାବନା ଠିକ୍ ନୁହେଁ। ଏପରି ହେଲେ​‌ ଦେଶର ଗଣତନ୍ତ୍ର ଧ୍ବଂସ ହୋଇଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+