ରାଏବରେଲିରୁ ବିଜୟୀ ହେଲେ ରାହୁଲ
ଲୋକସଭା ନିର୍ବାଚନ ୨୦୨୪: ଏଥର ଲୋକ ସଭା ନିର୍ବାଚନର ଫଳାଫଳ ସମସ୍ତଙ୍କୁ ଚମକାଇ ଦେଇଛି । ଗୋଟିଏ ପଟେ ଏନଡିଏର ୪୦୦ ର୍ପା ସ୍ଲୋଗାନ ଫେଲ୍ ମାରିବାକୁ ଯାଉଥିବା ବେଳେ ଅନ୍ୟପଟେ ୧୦ ବର୍ଷର ରେକର୍ଡ ଭାଙ୍ଗିପାରେ କଂଗ୍ରେସ । ଦିନେ ରାହୁଲଙ୍କୁ ପପୁ ବୋଲି କହି ପରିହାସ କରିଥିବା ଦଳ ଏବେ ଦେଖିଲୋକ ସଭା ନିର୍ବାଚନରେ ଉଭୟ କେରଳର ୱାୟନାଡ ଓ ଉତ୍ତର ପ୍ରଦେଶର ରାଏବରେଲି ଆସନରୁ ନିର୍ବାଚନ ଲଢୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଏବରେଲିରୁ ବିଜୟୀ ହୋଇଛନ୍ତି ।

ରାହୁଲ ୪ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ଜିତିଛନ୍ତି । ରାହୁଲ ବିଜୟୀ ହୋଇଥିବାବେଳେ ଭାଜପାର ଦୀନେଶ ପ୍ରତାପ ସିଂଙ୍କୁ ଦ୍ୱିତୀୟ ସ୍ଥାନରେ ଏବଂ ବିଏସପିର ଠାକୁର ପ୍ରସାଦ ଯାଦବ ତୃତୀୟ ସ୍ଥାନରେ ରହିଛନ୍ତି ।












Click it and Unblock the Notifications