Get Updates
Get notified of breaking news, exclusive insights, and must-see stories!

ଓ୍ବାୟନାଡ ଆସନରୁ ଇସ୍ତଫା ଦେବେ ରାହୁଲ!

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ରାୟବରେଲି ଓ କେରଳର ୱାୟନାଡ ଆସନରୁ ବିଜୟୀ ହୋଇଛନ୍ତି । ନିୟମ ଅନୁଯାୟୀ ନିର୍ବାଚିତ ହୋଇଥିବା ଦୁଇ ଆସନ ମଧ୍ୟରୁ ଗୋଟିଏ ଆସନରୁ ରାହୁଲଙ୍କୁ ଇସ୍ତଫା ଦେବାକୁ ପଡିବ । ଯେଉଁ ଆସନଟି ଛାଡିବେ ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହେବ ।

ତେବେ ନିର୍ବାଚିତ ହୋଇଥିବା ଦୁଇ ଆସନ ମଧ୍ୟରୁ ରାହୁଲ କେଉଁଟି ଛାଡିବେ ତାକୁ ନେଇ ଦେଶରେ ହେଉଛି ବିଭିନ୍ନ ଆଲୋଚନ । ତେବେ ଏସବୁ ଭିତରେ ଆସିଛି ଏକ ବଡ଼ ଖବର । ଏବେ କୁହାଯାଉଛି କଂଗ୍ରେସ ନେତା ରାହୁଲ ଗାନ୍ଧି କେରଳର ୱାୟନାଡ ଲୋକସଭା ଆସନରୁ ଇସ୍ତଫା ଦେଇପାରନ୍ତି ଏବଂ ରାୟବରେଲିରୁ ସାଂସଦ ରହିବେ । ତେବେ ରାହୁଲ ଇସ୍ତଫା ଦେବା ପରେ ୱାୟନାଡ ଆସନରୁ କିଏ ଲଢିବେ ତାହାକୁ ନେଇ କଂଗ୍ରେସରେ ଦ୍ୱନ୍ଦ୍ୱ ଜାରି ରହିଛି ।

ବର୍ତ୍ତମାନ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ୱାୟନାଡରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ କୌଣସି ଆଲୋଚନା ହୋଇନାହିଁ । ଏହି ଲୋକ ସଭା ନିର୍ବାଚନରେ ୱାୟନାଡ ଏବଂ ରାଏବରେଲି ଆସନରୁ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଜିତିଥିଲେ । ଏଭଳି ପରିସ୍ଥିତିରେ ତାଙ୍କୁ ଏଥିରୁ ଗୋଟିଏ ସିଟ ବାଛିବାକୁ ପଡିବ ।

rahul gandi

ରାହୁଲ ଗାନ୍ଧି ଗତ ଲୋକସଭା ନିର୍ବାଚନରେ ୱାୟନାଡ ଏବଂ ରାଏବରେଲି ଆସନରୁ ବିଜୟୀ ହୋଇଥିଲେ । ଏହାକୁ ନେଇ ରାହୁଲ ଗାନ୍ଧି କହିସାରିଛନ୍ତି ଯେ ସେ ଦ୍ୱନ୍ଦ୍ୱରେ ଫସି ରହିଛନ୍ତି । ରାୟବରେଲି ଗାନ୍ଧୀ ପରିବାରର ପାରମ୍ପରିକ ଆସନ ହୋଇଥିବାବେଳେ ଏହାକୁ ରଖିବାକୁ ଚାହୁଁଛନ୍ତି ରାହୁଲ ।

ନିକଟରେ ରାହୁଲ ଗାନ୍ଧି ତାଙ୍କ ନିର୍ବାଚନ ମଣ୍ଡଳୀ ୱାୟନାଡ ଗସ୍ତ କରି ଭୋଟରଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ସମୟରେ ସେ କହିଥିଲେ, କେଉଁ ସିଟ୍ ରେ ରହିବେ ଓ କେଉଁ ସିଟ୍ ଛାଡ଼ିବେ ସେ ଦ୍ୱନ୍ଦ୍ୱରେ ଅଛନ୍ତି ବୋଲି ଓ କହିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+