ୱାୟନାଡ ଆସନରୁ ନିର୍ବାଚନ ଲଢ଼ିବେ ରାହୁଲ!
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ମାତ୍ର ଆଉ କେତୋଟି ମାସ ବାକି ରହିଛି । ଶାସନ କ୍ଷମତାରେ ବସିବା ପାଇଁ କେନ୍ଦ୍ରର ମୋଦି ସରକାର ଆଉ ବିରୋଧୀ କଂଗ୍ରେସ ସମେତ ଦେଶର ସବୁ ରାଜନୈତିକ ଦଳ ନିଜ ନିଜ ପ୍ରସ୍ତୁତିରେ ରହିଛନ୍ତି ବ୍ୟସ୍ତ । ଆଉ ଏହି ପ୍ରସ୍ତୁତିର ଚର୍ଚ୍ଚା ମଧ୍ୟରେ ପ୍ରଶ୍ନ ଉଠିଛି କି ରାହୁଲ ଗାନ୍ଧୀ କେଉଁ ଆସନରୁ ନିର୍ବାଚନ ଲଢିବେ ।
ଏହାରି ଭିତରେ କଂଗ୍ରେସ ସ୍ପଷ୍ଟ କରିଛି କି ରାହୁଲ ୱାୟନାଡ ଆସନରୁ ହିଁ ନିର୍ବାଚନ ଲଢିବେ । ବିରୋଧୀ ସହଯୋଗୀ ଇଣ୍ଡିଆରେ ସାମିଲ ଥିବା କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ସିପିଆଇ) ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ୱାୟାନାଡ ଆସନ ଛାଡିବାକୁ କହିଥିଲେ । ସିପିଆଇ କହିଛି ଯେ ୱାୟାନାଡ ସିଟ ବାମପନ୍ଥୀକୁ ଛାଡି ଦିଆଯାଉ ।

ବାସ୍ତବରେ, ରାହୁଲ ଗାନ୍ଧୀ ୨୦୧୯ରେ ଲୋକ ସଭା ନିର୍ବାଚନରେ ଉତ୍ତର ପ୍ରଦେଶର ଆମେଥୀ ଏବଂ ୱାୟାନାଡରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସେ ଆମେଥୀରୁ ସେ ନିର୍ବାଚନରେ ହାରିଥିଲେ, କିନ୍ତୁ ୱାୟାନାଡରୁ ଜିତିଥିଲେ । ତେବେ କଂଗ୍ରେସ ଏହାର ଆଭିମୁଖ୍ୟ ସ୍ପଷ୍ଟ କରି ନ ଥିବାରୁ ଆମେଥୀ ଆସନକୁ ନେଇ ଏବେ ମଧ୍ୟ ସନ୍ଦେହ ରହିଛି ।
କଂଗ୍ରେସ କଣ କହୁଛି?
କେରଳର କଂଗ୍ରେସ ପ୍ରଭାରୀ ଦାୟିତ୍ୱରେ ଥିବା ତାରିକ ଅନୱାର ମଧ୍ୟ ନଭେମ୍ବରରେ କହିଥିଲେ ଯେ ରାହୁଲ ଗାନ୍ଧୀ ପୁଣିଥରେ ୱାୟାନାଡରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଅନୱାର କହିଛନ୍ତି, "ଅବଶ୍ୟ ... ସେ ୱାୟାନାଡରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ୱାୟାନାଡର ଲୋକଙ୍କ ପ୍ରତି ତାଙ୍କର ବହୁତ ଭଲପାଇବା ଅଛି ।"












Click it and Unblock the Notifications