ରାହୁଲଙ୍କ ବଡ଼ ଦାବି, କହିଲେ ଏଥର ମୋଦି ହେବେ ନାହିଁ ପ୍ରଧାନମନ୍ତ୍ରୀ
ଦେଶରେ ବର୍ତ୍ତମାନ ରାଜନୈତିକ ମାହୋଲ ରହିଛି ବେସ୍ ଉଷ୍ମ । ଲୋକସଭା ନିର୍ବାଚନ ଲାଗି ଦଳ ଦେଶର ସବୁ ରାଜନୈତିକ ଦଳ ଗୁଡ଼ିକ କରୁଛନ୍ତି ଜୋରଦାର ପ୍ରଚାର । ସଭା ମଞ୍ଚ ହେଉ ଅବା ରାଲି ସବୁଠି ଏବେ ଆରୋପ ପତ୍ୟାରୋପ ଦେଖିବାକୁ ମିଳୁଛି । ବର୍ତ୍ତମାନ ନିର୍ବାଚନୀ ମାହୋଲକୁ ଉଷ୍ମ କରିଛି କଂଗ୍ରେସ ନେତା ରାହୁଲଙ୍କ ବୟାନ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର (ମେ ୧୦, ୨୦୨୪) ଦାବି କରିଛନ୍ତି ଯେ ୟୁପିରେ ଇଣ୍ଡିଆ ମିଳିତ ମଞ୍ଚର ଲହର ଆସୁଛି ।

ଆପଣ ଏହାକୁ ଲେଖିକି ନିଅନ୍ତୁ ଯେ, ୟୁପିରେ ବିଜେପିର ସବୁଠୁ ବଡ ପରାଜୟ ହେବାକୁ ଯାଉଛି । ୟୁପିର କନ୍ନୌଜରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କହିଛନ୍ତି, "ନରେନ୍ଦ୍ର ମୋଦୀ ୧୦ ବର୍ଷ ଧରି ଆଦାନୀ ଏବଂ ଅମ୍ବାନୀଙ୍କ ନାମ ନେଇନାହାଁନ୍ତି, କିନ୍ତୁ ଯେତେବେଳେ ସେ ଭୟଭୀତ ହେଲେ, ସେ ତାଙ୍କର ଦୁଇ ସାଙ୍ଗଙ୍କ ନାମ ନେଲେ । ଆଉ କହିଲେ ଆସିକି ମୋତେ ବଞ୍ଚାନ୍ତୁ । ଇଣ୍ଡିଆ ଗଠବନ୍ଧନ ମୋତେ ଘେରି ରହିଛନ୍ତି । ସେ ଆହୁରି ବଡ଼ ଦାବି କରିଛନ୍ତି ଯେ, ଏଥର ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବେ ନାହିଁ ।












Click it and Unblock the Notifications