ଡାକ୍ତରଖାନାରୁ ଡିସଚାର୍ଜ ହେଲା ରାହୁଲ
ଆଜି ହସ୍ପିଟାଲରୁ ଡିସଚାର୍ଜ ହେଲା ରାହୁଲ ସାହୁ । ଜାଞ୍ଜିଗିର୍ ଚାମ୍ପାର ପିହିରିଦ୍ ଗାଁରେ ଖେଳୁଥିବା ବେଳେ ବୋରୱେଲରେ ଖସିପଡ଼ିଥିଲା ଏହି 10 ବର୍ଷର ବାଳକ । ରାହୁଲକୁ ଉଦ୍ଧାର ପାଇଁ ୫ ଦିନର ଅକ୍ଲାନ୍ତ ପରିଶ୍ରମ କରିଥିଲେ ଏନଡିଆରଏଫ ଓ ଅନ୍ୟ ସୁରକ୍ଷାକର୍ମୀ ।
ବିଳାସପୁର: ଆଜି ହସ୍ପିଟାଲରୁ ଡିସଚାର୍ଜ ହେଲା ରାହୁଲ ସାହୁ । ଜାଞ୍ଜିଗିର୍ ଚାମ୍ପାର ପିହିରିଦ୍ ଗାଁରେ ଖେଳୁଥିବା ବେଳେ ବୋରୱେଲରେ ଖସିପଡ଼ିଥିଲା ଏହି 10 ବର୍ଷର ବାଳକ । ରାହୁଲକୁ ଉଦ୍ଧାର ପାଇଁ ୫ ଦିନର ଅକ୍ଲାନ୍ତ ପରିଶ୍ରମ କରିଥିଲେ ଏନଡିଆରଏଫ ଓ ଅନ୍ୟ ସୁରକ୍ଷାକର୍ମୀ । ପଥର କଟାଯାଇ ଦିନ ରାତିର ପ୍ରଚେଷ୍ଟା ପରେ ସୁରକ୍ଷିତ ଉଦ୍ଧାର ହୋଇଥିଲା ରାହୁଲ। ଉଦ୍ଧାର ପରେ ସଙ୍ଗେ ପରେ ରାହୁଲଙ୍କୁ ବିଳାସପୁର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସେହି ଦିନଠାରୁ ହସ୍ପିଟାଲରେ ଚାଲିଥିଲା ରାହୁଲର ଚିକିତ୍ସା । ଡାକ୍ତରଙ୍କ ତତ୍ତ୍ବାବଧାନରେ କିଛି ଦିନ ରହିବା ରାହୁଲର ସ୍ବାସ୍ଥ୍ୟାବସ୍ଥାରେ ଧିରେଧିରେ ଉନ୍ନତି ଆସୁଥିବା ବେଳେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର କହିଛନ୍ତି । ତେବେ ଆଜି ରାହୁଲଙ୍କୁ ବିଦାୟ ଦେବାକୁ ହସ୍ପିଟାଲର ଗେଟ୍ ପର୍ଯ୍ୟନ୍ତ ଆସିଥିଲେ ଡାକ୍ତର ଓ ମେଡିକାଲ କର୍ମଚାରୀ ।
ରାହୁଲ ବୋରୱେଲରେ ପଡିବା ଦିନ ଠାରୁ ଉଦ୍ଧାର କରିବା ପର୍ଯ୍ୟନ୍ତ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥିଲେ ରାହୁଲ ଗାଁ ଲୋକେ। ଆଜି ସେ ସୁସ୍ଥ ହୋଇ ଘରକୁ ଫେରୁଥିବା ଖବର ଶୁଣିବା ପରେ ରାହୁଲଙ୍କୁ ସ୍ୱାଗତ କରିବାକୁ ତାଙ୍କ ଗାଁରେ ବ୍ୟାପକ ଆୟୋଜନ କରାଯାଇଛି ।












Click it and Unblock the Notifications