ତୃତୀୟ ଦିନରେ ନାଗାଲାଣ୍ଡରେ ପହଞ୍ଚିଲା ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା
କୋହିମା: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଯାତ୍ରା ଆଜିକୁ ତୃତୀୟ ଦିନରେ ପହଂଚିଛି । ଏହି ଯାତ୍ରା ମଣିପୁରରୁ ଆରମ୍ଭ ହୋଇ ମହାରାଷ୍ଟ୍ରରେ ଶେଷ ହେବ । ମଣିପୁରରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ନାଗାଲାଣ୍ଡରେ ପହଞ୍ଚିଛି । ନାଗାଲାଣ୍ଡର ରାଜଧାନୀ କୋହିମାରେ ଭରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କୁ ସ୍ଥାନୀୟ ଲୋକ ସ୍ୱାଗତ କରିଥିଲେ । ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ରାହୁଲ ଗାନ୍ଧୀ କୋହିମାରେ ସ୍ଥାନୀୟ ଲୋକଙ୍କୁ ଭେଟିଥିଲେ।

ଭିଡିଓରେ ଦେଖାଯାଉଛି ଯେ ନାଗାଲାଣ୍ଡର ଲୋକମାନେ ରାହୁଲ ଗାନ୍ଧୀଙ୍କୁ ବହୁତ ଉତ୍ସାହର ସହିତ ସ୍ୱାଗତ କରୁଛନ୍ତି । ରାହୁଲ ଗାନ୍ଧୀ ମଧ୍ୟ ଲୋକଙ୍କ ସହ ହାତ ମିଳାଇଥିବାର ନଜର ଆସିଥିଲେ। ଅନେକ ଲୋକ ରାହୁଲ ଗାନ୍ଧୀଙ୍କ ସହ ସେଲଫି ନେଉଥିବା ବେଳେ ଅନେକ ଲୋକ ରାସ୍ତାରେ ଠିଆ ହୋଇ ରାହୁଲ ଗାନ୍ଧୀଙ୍କ ନାମରେ ସ୍ଲୋଗାନ ଦେଉଥିବାର ଶୁଣିବାକୁ ମିଳିଥିଲା। ଏହି ସମୟରେ ଲୋକମାନେ ବସ୍ ଦ୍ୱାରରେ ଠିଆ ହୋଇଥିବା ରାହୁଲ ଗାନ୍ଧୀଙ୍କ ସହ ହାତ ମିଳାଇବା ପାଇଁ ବସରୁ ଦୌଡ଼ି ଆସୁଥିବାର ଦେଖିବାକୁ ମିଳିଥିଲା। ପଦଯାତ୍ରା ସମୟରେ ରାହୁଲ ଗାନ୍ଧୀ ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ।
କୋହିମାରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଦେଶ, ବିଭିନ୍ନ ସଂସ୍କୃତି, ଭିନ୍ନ ଧର୍ମ, ବିଭିନ୍ନ ଭାଷା ଏକାଠି କରିବା ପାଇଁ ଗତ ବର୍ଷ ଆମେ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଏକ ବଡ ଯାତ୍ରା ଆରମ୍ଭ କରିଥିଲୁ। ଏହା ପରେ ଆମର ଧାରଣା ଥିଲା ଯେ ଆମେ ପୂର୍ବରୁ ପଶ୍ଚିମକୁ ଯାତ୍ରା କରିବା ଉଚିତ୍ | ଆମେ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ଭାରତ ଯୋଡୋ ନ୍ତାୟ ଯାତ୍ରା ଆରମ୍ଭ କରିଛୁ | ସେ ଆହୁରି ମଧ୍ୟ କହିଛନ୍ତି ଯେ ମଣିପୁରରୁ ଭାରତ ଯୋଡା ନ୍ୟାୟ ଯାତ୍ରା ଆରମ୍ଭ କରି ମୁଁ ଖୁସି ଅଟେ।












Click it and Unblock the Notifications