EDର ନୂଆ ନିର୍ଦ୍ଦେଶକ ହେଲେ ରାହୁଲ ନବୀନ
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ରାହୁଲ ନବୀନ। ସେ ଇଡିର କାର୍ଯ୍ୟକାରୀ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ରାହୁଲ ନବୀନ ହେଉଛନ୍ତି ଭାରତୀୟ ରାଜସ୍ୱ ସେବା (ଆୟକର)ର ୧୯୯୩ ବ୍ୟାଚ୍ ଅଧିକାରୀ। ୨୦୨୩ ସେପ୍ଟେମ୍ବର ୧୫ରେ ଯାଞ୍ଚ ଏଜେନ୍ସିର କାର୍ଯ୍ୟକାରୀ ନିର୍ଦ୍ଦେଶକ ଦାୟିତ୍ଵ ସମ୍ଭାଳିଥିଲେ ।
ପ୍ରଭାରୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପୂର୍ବରୁ ସଞ୍ଜୟ ମିଶ୍ରଙ୍କ ସହ ମିଶି ନବୀନ କାମ କରିଥିଲେ । ଆଜି ତାଙ୍କୁ ଭାରତ ସରକାର ପୂର୍ଣ୍ଣକାଳୀନ ଇଡି ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରିଛନ୍ତି। ଏହି ପଦବୀରେ ସେ ଆସନ୍ତା ୨ ବର୍ଷ ପାଇଁ କାର୍ଯ୍ୟ କରିବେ। ରାହୁଲ ନବୀନଙ୍କ କାର୍ଯ୍ୟକାଳ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଳି ହେଭିୱେଟଙ୍କୁ ଇଡି ଗିରଫ କରିଥିଲା।

ପୂର୍ବରୁ ସଞ୍ଜୟ କୁମାର ମିଶ୍ରାର ଇଡିର ନିର୍ଦ୍ଦେଶକ ରହିଥିଲେ। ତାଙ୍କ କାର୍ଯ୍ୟକାଳ ଅବଧିକୁ କେନ୍ଦ୍ର ସରକାର ବାରମ୍ବାର ବୃଦ୍ଧି କରିବାରୁ ଏହାକୁ ସୁପ୍ରିମକୋର୍ଟ ବେଆଇନ କହିଥିଲେ। ସୁପ୍ରିମକୋର୍ଟଙ୍କ ତାଗିଦ ପରେ କେନ୍ଦ୍ର ସରକାର ରାହୁଲ ନବୀନଙ୍କୁ ଇଡିର କାର୍ଯ୍ୟକାରୀ ମୁଖ୍ୟ ଭାବେ ନିଯୁକ୍ତ କରିଥିଲେ।












Click it and Unblock the Notifications