Get Updates
Get notified of breaking news, exclusive insights, and must-see stories!

ମହାରାଷ୍ଟ୍ର ବିଧାନସଭାର ନୂଆ ବାଚସ୍ପତି ଭାବରେ ନିର୍ବାଚିତ ହେଲେ ରାହୁଲ ନର୍ଭେକର

ମହାରାଷ୍ଟ୍ର ବିଧାନସଭାରେ ବାଚସ୍ପତି ଭାବରେ ରାହୁଲ ନର୍ଭେକର ନିର୍ବାଚିତ ହୋଇଛନ୍ତି। ଏହି ନିଷ୍ପତ୍ତି ପ୍ରୋଟେମ୍ ସ୍ପିକର କାଲିଦାସ କୋଲାମ୍ବକର ନେଇଛନ୍ତି। ବାସ୍ତବରେ କେବଳ ରାହୁଲ ନର୍ଭେକର ହିଁ ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଅନ୍ୟ କେହି ଏଥିପାଇଁ ନାମାଙ୍କନପତ୍ର ଦାଖଲ କରି ନଥିଲେ। ଏହି କାରଣରୁ ରାହୁଲଙ୍କୁ ନିର୍ବିରୋଧରେ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି।

Rahul Narvekar

ଅଢ଼େଇ ବର୍ଷ ଧରି ମହାରାଷ୍ଟ୍ରର ୧୪ ତମ ବିଧାନସଭାରେ ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇ ଥିବା ନର୍ଭେକର ମୁମ୍ବାଇର କୋଲାବା ବିଧାନସଭା ଆସନରୁ ପୁନଃ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାଓ୍ୱାରଙ୍କ ସହ ନାର୍ଭେକର ରବିବାର ବିଧାନସଭା ସଚିବ ଜିତେନ୍ଦ୍ର ଭୋଲେଙ୍କ ଠାରେ ନାମାଙ୍କନ ଦାଖଲ କରିଥିଲେ। ତେବେ ମହାବିକାଶ ଅଘାଡି ମେଣ୍ଟ ତରଫରୁ କୌଣସି ବି ବିଧାୟକ ବାଚସ୍ପତି ପଦ ପାଇଁ ନାମାଙ୍କନ ଭରି ନଥିଲେ।

ରାହୁଲ ନର୍ଭେକର ମହାରାଷ୍ଟ୍ରର କୋଲାବା ବିଧାନସଭା ଆସନରୁ ବିଧାୟକ ଅଛନ୍ତି। ଏହି ବିଧାନସଭା ନିର୍ବାଚନମଣ୍ଡଳୀ ମୁମ୍ବାଇର ଏକ ଅଂଶ। ରାହୁଲ ଏହା ପୂର୍ବରୁ ଶିବସେନାରେ ଥିଲେ, କିନ୍ତୁ ୨୦୧୪ ଲୋକସଭା ନିର୍ବାଚନରେ ତାଙ୍କୁ ଦଳ ​​ଟିକେଟ ଦେଇନଥିଲା। ଏହାପରେ ସେ ଏନସିପିରେ ଯୋଗ ଦେଇଥିଲେ। ତେବେ ତାଙ୍କୁ ଏନସିପି ଟିକେଟ୍‌ରେ ମାଭଲ ଆସନରୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହାପରେ ବି ସେ ଦଳ ସହ ରହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+