ରାହୁଲ, ମମତା କିମ୍ବା କେଜ୍ରିୱାଲ, ପିଏମ ମୋଦୀଙ୍କୁ କିଏ କରିପାରିବ ଚ୍ୟାଲେଞ୍ଜ ? ସର୍ଭେରେ ଆସିଲା ଆଶ୍ଚର୍ଯ୍ୟଜନକ ଫଳାଫଳ
ନୂଆଦିଲ୍ଲୀ:୨୦୨୪ ଲୋକସଭା ନିର୍ବାଚନ ପାଇଁ ଦେଶର ସବୁ ରାଜନୈତିକ ଦଳ ପ୍ରସ୍ତୁତ ହୋଇସାରିଛନ୍ତି, ଏହି ନିର୍ବାଚନରେ ୪୦୦ ରୁ ଅଧିକ ସିଟ୍ ପାଇବ ବୋଲି ବିଜେପି ଦାବି କରିଛି । ଅନ୍ୟପକ୍ଷରେ ବିଜେପିକୁ ପରାଜୟ କରିବା ପାଇଁ ବିରୋଧୀ ଦଳର ମିଳିତ ମଞ୍ଚ 'ଇଣ୍ଡିଆ ଆଲାୟାନ୍ସ' ଦାବି କରିଛି ଯେ ଏଥର ସେମାନେ ବିଜେପିକୁ କ୍ଷମତାକୁ ଆସିବାକୁ ଦେବେ ନାହିଁ ଏବଂ ମିଳିତ ଭାବେ ସେମାନେ ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପରାସ୍ତ କରିବେ ।
ବିରୋଧୀଙ୍କ 'ଇଣ୍ଡିଆ' ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବ?
ବର୍ତ୍ତମାନ ସୁଦ୍ଧା ଇଣ୍ଡିଆ ମେଣ୍ଟରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବ? ବିରୋଧୀ ଦଳ ତାହା ସ୍ଥିର କରିପାରିନାହାଁନ୍ତି । ଏପଟେ ଏହି ଦୌଡ଼ରେ ଅନେକ ଲୋକ ଅଛନ୍ତି କିନ୍ତୁ କାହାର ନାମ ସର୍ବସମ୍ମତି କ୍ରମେ ଅନୁମୋଦିତ ହୋଇନାହିଁ, ଏଭଳି ପରିସ୍ଥିତିରେ ବିରୋଧୀ ଦଳମାନେ ନିର୍ବାଚନରେ ବିଜେପିକୁ କିପରି ପରାସ୍ତ କରିପାରିବେ, ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି ।

ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାନ୍ତି ବିରୋଧୀ ମେଣ୍ଟ
କଂଗ୍ରେସ ଯେଉଁଠି ରାହୁଲ ଗାନ୍ଧିଙ୍କଠୁ ଆଗକୁ ଭାବିପାରିବ ନାହିଁ , ସେପଟେ ଇଣ୍ଡିଆ ଗଠବନ୍ଧନର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ଲିଷ୍ଟରେ ବିହାର ସିଏମ ନୀତୀଶ କୁମାର, ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲଙ୍କ ନାମ'କୁ ଇଣ୍ଡିଆ ' ମେଣ୍ଟର ପ୍ରମୁଖ ଚେହେରା ଭାବେ ନିଆ ଯାଉଛି । କିନ୍ତୁ ଏପର୍ଯ୍ୟନ୍ତ ବିରୋଧୀ ମେଣ୍ଟରେ କିଛି ବି ନିଷ୍ପତ୍ତି ହୋଇ ନାହିଁ ।
ବିିରୋଧୀ ଇଣ୍ଡିଆ ମେଣ୍ଟରୁ କାହାକୁ ପ୍ରାର୍ଥୀ କରିବା ଉଚିତ?
ଯେତେବେଳେ ସି ଭୋଟର ଦେଶର ଜନସାଧାରଣଙ୍କୁ ଏହି ପ୍ରଶ୍ନ ପଚାରିଥିଲେ, ବହୁତ ଆଶ୍ଚର୍ଯ୍ୟଜନକ ଉତ୍ତର ମିଳିଥବଲା । ଆମେ ଆପଣଙ୍କୁ କହିବୁ ଯେ ସି ଭୋଟର ଏବିପି ଚ୍ୟାନେଲ ପାଇଁ ଏକ ସର୍ଭେ କରିଥିଲା , ଯେଉଁଥିରେ ଦେଶର ଲୋକଙ୍କୁ ସିଧା ପ୍ରଶ୍ନ ପଚାରିଥିଲା - ଏମାନଙ୍କ ମଧ୍ୟରୁ କିଏ ଇଣ୍ଡିଆ ମେଣ୍ଟର ମୁଖ୍ୟ ହେବା ଉଚିତ ? ରାହୁଲ ଗାନ୍ଧୀ, ନୀତୀଶ କୁମା. ମମତା ବାନାର୍ଜୀ, ଅରବିନ୍ଦ କେଜ୍ରିୱାଲ, ଆଉ ଏହି ସର୍ଭେରେ ରିପୋର୍ଟ ପ୍ରକାଶ ପାଇଛି ଯେ,
ରାହୁଲ ଗାନ୍ଧୀ - ୩୪%, ନୀତୀଶ କୁମାର - ୧୦%, ମମତା ବାନାର୍ଜୀ - ୯% , ଅରବିନ୍ଦ କେଜ୍ରିୱାଲ - ୧୩%, ଜାଣନ୍ତି ନାହିଁ କହିଥିବା ଲୋକେ ୩୪% ବୋଲି ସାଧାରଣ ଜନତା ମତ ଦେଇଛନ୍ତି ।
ଅର୍ଥାତ୍ ଦେଶର ୩୪ ପ୍ରତିଶତ ଲୋକ ଅନୁଭବ କରୁଛନ୍ତି ଯେ କେବଳ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚ୍ୟାଲେଞ୍ଜ କରିପାରିବେ ଏବଂ ସେଥିପାଇଁ ସେ 'ଇଣ୍ଡିଆ ଆଲାୟାନ୍ସ'ର ଚେହେରା ହେବା ଉଚିତ୍, ଯେତେବେଳେ କି ୧୦ ପ୍ରତିଶତ ଲୋକ ଅନୁଭବ କରୁଛନ୍ତି ଯେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀ ମେଣ୍ଟର ମୁଖ୍ୟ ଚେହେରା ହେବା ଉଚିତ୍ ।












Click it and Unblock the Notifications