ଜାମ ବନାଇଲେ ରାହୁଲ , କହିଲେ ଏହା ବିଜେପି ନେତାଙ୍କୁ ବି ମିଳିବ
ନୂଆଦିଲ୍ଲୀ: ୨୦୨୩ ଶେଷ ହେବାକୁ ଯାଉଛି । ବର୍ଷର ଶେଷ ଦିନରେ ରାହୁଲ ଗାନ୍ଧୀଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଭିଡିଓ ଅପଲୋଡ୍ ହୋଇଛି । ଏହି ଭିଡିଓରେ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କୁ ଦେଖିବାକୁ ମିଳିଛି । ଭିଡିଓରେ ରାହୁଲ ପ୍ରିୟଙ୍କା ଗାନ୍ଧୀଙ୍କ ରେସିପି ସାହାଯ୍ୟରେ ତାଙ୍କ ମାଙ୍କ ସହ ଜାମ କରୁଥିବାର ୧୨ ନଜର ଆସିଛନ୍ତି ।
ଏହି ଭିଡିଓରେ ସୋନିଆ ଗାନ୍ଧୀ କହିଥିଲେ ଯେ ସେ କିପରି ଦଶନ୍ଧି ପୂର୍ବରୁ ଭାରତୀୟ ଖାଦ୍ୟ ସହିତ ଖାପ ଖୁଆଇଥିଲେ । ସେ କହିଛନ୍ତି ମୁଁ ଯେତେବେଳେ ଭାରତକୁୁ ଆସିଥିଲି, ସେତେବେଳେ ଭାରତୀୟ ସ୍ୱାଦ, ବିଶେଷକରି ଚିଲି ସହିତ ଖାପ ଖୁଆଇବା ପାଇଁ ମୋତେ ସମୟ ଲାଗିଥିଲା । ସେ କହିଛନ୍ତି ଯେ ଆପଣ ବ୍ରିଟେନର ଖାଦ୍ୟ କିମ୍ବା ଏହି ସ୍ଥାନର ଖାଦ୍ୟ ସହିତ ଖାପ ଖୁଆଇ ରହିପାରିବେ ନାହିଁ । କିନ୍ତୁ ଯେତେବେଳେ ମୁଁ ଭକ୍ତକୁ ଆସିଥିଲି ମୋତେ ଆଡଜଷ୍ଟ କରିବାକୁ ବହୁ ସମୟ ଲାଗିଥିଲା ।
ଭିଡିଓରେ ଏହା ଦେଖିବାକୁ ମିଳିଥିଲା ଯେ ରାହୁଲ ଗାନ୍ଧୀ ପ୍ରଥମେ ନିଜ ଟୋକେଇରେ ନିଜ ବଗିଚାରେ ଥିବା ଫଳ ତୋଳୁଛନ୍ତି । ଏହା ପରେ ରାହୁଲ ଚୁଲିରେ କମଳା ରସ ରାନ୍ଧିବା ଆରମ୍ଭ କରନ୍ତି । ଏହି ସମୟରେ ସେ କହିଛନ୍ତି ଯେ ଯଦି ଭାଜପା ଲୋକମାନେ ଜାମ ନେବାକୁ ଚାହାଁନ୍ତି, ତେବେ ସେମାନେ ଏହାକୁ ନେଇ ପାରିବେ । ଏହା ଉପରେ ସୋନିଆ ଗାନ୍ଧୀ ରାହୁଲଙ୍କୁ ପରିହାସ କରି କହିଛନ୍ତି ଯେ ସେମାନେ ଏହାକୁ ଆମ ଉପରେ ପକାଇବେ ।

ରାହୁଲ ଗାନ୍ଧୀ କହିଛନ୍ତି ଯେ ଯେତେବେଳେ ସେ ଇଂଲଣ୍ଡରେ ପଢୁଥିଲେ ସେତେବେଳେ ସେ ରୋଷେଇ ଶିଖିଲେ କାରଣ ସେତେବେଳେ ତାଙ୍କର କୌଣସି ବିକଳ୍ପ ନଥିଲା । ସେମାନେ ଗ୍ୟାସ ବସାଇଥିବା କମଳା ଫୁଟିବାକୁ ଅପେକ୍ଷା କରିଥିବା ସମୟରେ ସୋନିଆ ଗାନ୍ଧୀ କହିଥିଲେ ଯେ ରାହୁଲ ତାଙ୍କୁ ବହୁତ ଅସୁବିଧାରେ ପକାନ୍ତି, ସେ ବହୁତ ଜିଦଖୋର, କିନ୍ତୁ ରାହୁଲ ବହୁତ ଯତ୍ନଶୀଳ ।
ଆଉ ରାହୁଲଙ୍କ ଏହି ଗୁଣକୁ ମୁଁ ଅଧିକ ପସନ୍ଦ କରେ । ପରେ ରାହୁଲ କହିଥିଲେ ଯେ ସୋନିଆ ଗାନ୍ଧୀଙ୍କ ମା ବହୁତ ଭଲ ରାନ୍ଧୁଥିଲେ, ଯିଏ ଗାନ୍ଧୀ ପରିବାରର କଶ୍ମୀରୀ ସମ୍ପର୍କୀୟଙ୍କଠାରୁ ଅନେକ ରେସିପି ଶିଖିଥିଲେ ।












Click it and Unblock the Notifications