ମିଛ ପ୍ରଚାର କରି ଜନସାଧାରଣଙ୍କୁ ଭ୍ରମିତ କରୁଛନ୍ତି ରାହୁଲ; ଗୃହମନ୍ତ୍ରୀ ଅମିତ ଶାହ
ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସାମ୍ପ୍ରତିକ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଏବଂ କେନ୍ଦ୍ରର ନୀତି ଉପରେ ବୟାନ ପରେ ରାଜନୀତି ଉଷ୍ମ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ମାମଲାରେ ସିଧାସଳଖ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ମିଛ ପ୍ରଚାର କରି ଜନସାଧାରଣଙ୍କୁ ଭ୍ରମିତ କରୁଥିବା ଅଭିଯୋଗ କରିଛନ୍ତି। ଆଜି ଅମିତ୍ ଶାହ କହିଛନ୍ତି ଯେ ଆମେରିକା ସହିତ ବାଣିଜ୍ୟ ଚୁକ୍ତିନାମାରେ ଚାଷୀ ଏବଂ ମତ୍ସ୍ୟଜୀବୀଙ୍କ ସ୍ୱାର୍ଥକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖାଯାଇଛି।
ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ମିଛ ପ୍ରଚାର କରିବା ଏବଂ ଲୋକଙ୍କୁ ଭ୍ରମିତ କରିବାର ଅଭିଯୋଗ ଲଗାଇଥିଲେ। ବିଜେପି ରାଲିରେ ଶାହ କହିଥିଲେ ଯେ ରାହୁଲ ଗାନ୍ଧୀ ପ୍ରତିଦିନ ମିଛ କହିବାର ଏକ ନୂତନ ପରମ୍ପରା ଚଲାଉଛନ୍ତି। ରାହୁଲ ଗାନ୍ଧୀଙ୍କ ନୀତି ହେଉଛି ମିଛ କହିବା, ଜୋରରେ କହିବା ଏବଂ ବାରମ୍ବାର ଦୋହରାଇବା। କିନ୍ତୁ ଲୋକମାନେ ଏବେ ତୁମର ମିଛ କହିବା କଳାକୁ ଚିହ୍ନି ସାରିଛନ୍ତି। ଏହା ସହିତ, ଶାହ ଏହା ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଏବଂ ଆମେରିକା ସହିତ ସମ୍ପ୍ରତି ହୋଇଥିବା ଚୁକ୍ତିନାମାରେ ଚାଷୀ ଏବଂ ମତ୍ସ୍ୟଜୀବୀଙ୍କ ସ୍ୱାର୍ଥର ୧୦୦ ପ୍ରତିଶତ ସୁରକ୍ଷା ସୁନିଶ୍ଚିତ କରିଛନ୍ତି।

ସେ ଅଭିଯୋଗ କରିଥିଲେ ଯେ ପ୍ରଥମ ୟୁପିଏ ସରକାର ସମୟରେ କୃଷକମାନଙ୍କ ସ୍ୱାର୍ଥକୁ ଅଣଦେଖା କରାଯାଇଥିଲା ଏବଂ ସେମାନଙ୍କୁ କୌଣସି ଲାଭ ମିଳିନଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ୨୦୨୯ ମସିହାରେ ମଧ୍ୟ କେନ୍ଦ୍ରରେ କ୍ଷମତାକୁ ଆସିବ। ପୁଡୁଚେରୀରେ ଆୟୋଜିତ ଏକ ରାଲିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୁଡୁଚେରୀର ତତ୍କାଳୀନ କଂଗ୍ରେସ ସରକାର ଉପରେ ମଧ୍ୟ ଆକ୍ରମଣ କରିଥିଲେ।
ସେ କହିଥିଲେ ଯେ ନାରାୟଣସାମୀ ସରକାର ପୁଡୁଚେରୀକୁ ଗାନ୍ଧୀ ପରିବାର ପାଇଁ ଏକ ଏଟିଏମ୍ କରିଥିଲେ। ସେ ଖୋଲାଖୋଲି କହିଥିଲେ ଯେ ପିଜି ଏବଂ ଡିପ୍ଲୋମା ସିଟ୍ ନିଲାମ କରାଯାଇଥିଲା । ଏବଂ ଅନୁସୂଚିତ ଜାତି ଏବଂ ଜନଜାତି ପାଇଁ ସଂରକ୍ଷିତ ସିଟ୍ ମଧ୍ୟ ଧନୀ ଲୋକମାନଙ୍କୁ ବିକ୍ରି କରାଯାଇଥିଲା। ସେ କହିଥିଲେ ଯେ ପରିବହନ ମାଫିଆମାନଙ୍କୁ ଜନସାଧାରଣଙ୍କୁ ହଇରାଣ କରିବା ପାଇଁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଥିଲା।
ପୂର୍ବରୁ ପୁଡୁଚେରୀର ନିଷ୍ପତ୍ତି ଗାନ୍ଧୀ ପରିବାର ଦିଲ୍ଲୀରୁ ନେଉଥିଲେ। ଏବେ ଏହି ନିଷ୍ପତ୍ତି ପୁଡୁଚେରୀରେ ହିଁ ନିଆଯାଏ। ଅମିତ ଶାହ ପୁଡୁଚେରୀରେ ଏନଡିଏ, ବିଜେପି ଏବଂ ନେତା ରଙ୍ଗାସ୍ୱାମୀ ପ୍ରତି ଜନସାଧାରଣଙ୍କ ବିଶ୍ୱାସ ବିଷୟରେ କହିଥିଲେ ଯେ ୨୦୨୧ ବିଧାନସଭା ନିର୍ବାଚନରେ ଏନଡିଏ ୪୪ ପ୍ରତିଶତ ଭୋଟ ପାଇଥିଲା। କିନ୍ତୁ ଏଥର ମେଣ୍ଟ ୬୦ ପ୍ରତିଶକ ଭୋଟକୁ ଲକ୍ଷ୍ୟ ରଖିଛି। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦେଶର ସୁରକ୍ଷା ଏବଂ ସମୃଦ୍ଧିକୁ ମଧ୍ୟ ଲୋକଙ୍କ ସମ୍ମୁଖରେ ରଖିଛନ୍ତି।












Click it and Unblock the Notifications