ୱାୟନାଡରେ ବଡ ମାରଜିନ୍‌ରେ ଆଗକୁ ବଢୁଛନ୍ତି ରାହୁଲ

ନୂଆଦିଲ୍ଲୀ : ଏଥର ଲୋକ ସଭା ନିର୍ବାଚନର ଫଳାଫଳ ସମସ୍ତଙ୍କୁ ଚମକାଇ ଦେଇଛି। ଗୋଟିଏ ପଟେ ଏନଡିଏର ୪୦୦ ପାର୍‌ ସ୍ଲୋଗାନ ଫେଲ୍‌ ମାରିବାକୁ ଯାଉଥିବା ବେଳେ ଅନ୍ୟପଟେ ୧୦ ବର୍ଷର ରେକର୍ଡ ଭାଙ୍ଗିପାରେ କଂଗ୍ରେସ। ଏପଟେ ଲୋକ ସଭା ନିର୍ବାଚନରେ ଏଥର ଉଭୟ କେରଳର ୱାୟନାଡ ଓ ଉତ୍ତର ପ୍ରଦେଶର ରାଏବରେଲି ଆସନ ଦଖଲ କରିବା ଦିଗରେ ରାହୁଲ ଗାନ୍ଧୀ।

ୱାୟନାଡରେ ରାହୁଲ ବଡ ମାରଜିନ୍‌ରେ ଆଗକୁ ବଢୁଛନ୍ତି। ପ୍ରାୟ ୧ଲକ୍ଷ ୪୩ ହଜାର ୮୧ ଭୋଟରେ ରାହୁଲ ଆଗୁଆ ଅଛନ୍ତି। ଅନ୍ୟପଟେ ରାଏବେରେଲିରେ ମଧ୍ୟ ରାହୁଲ ଆଗରେ ଅଛନ୍ତି। ସେ ଏଠାରେ ୧ ଲକ୍ଷ ୪୭ ହଜାର ୯୩୫ ଭୋଟରେ ଆଗୁଆ। ଏଠାରେ ଭାଜପା ପ୍ରାର୍ଥୀ ଦିନେଶ ପ୍ରତାପ ସିଂହ ତାଙ୍କୁ କଡା ଟକ୍କର ଦେଉଛନ୍ତି।

rahul gandhi

ଅନ୍ୟପଟେ ଅନେକ ରାଜ୍ୟରେ ବିଜେପି ଆଗେଇ ଥିବା ବେଳେ ହିମାଚଳର ମଣ୍ଡି ଆସନର ଲୋକସଭା ପ୍ରାର୍ଥୀ କଙ୍ଗନା ରାଣାୱତ୍ ୭୦ହଜାର ଭୋଟରେ ଆଗରେ ରହିଛନ୍ତି। ପ୍ରଥମ କରି ସେ ନିର୍ବାଚନ ଲଢ଼ୁଥିବା ବେଳେ ଏତେ ଭଲ ପ୍ରଦର୍ଶନ କରୁଥିବାରୁ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+