ବଢ଼ିଲା ରାହୁଲ ଗାନ୍ଧୀଙ୍କ ଅଡ଼ୁଆ; ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେପି ନେତା

ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଇଣ୍ଡିଆ ବ୍ଲକ୍‌ ସ୍ବାଧିକାର ଭଙ୍ଗ ନୋଟିସ ଦେଇଥିବାବେଳେ ଭାଜପା ପକ୍ଷରୁ ଶୁକ୍ରବାର କଂଗ୍ରେସ ନେତା ରାହୁଲଙ୍କ ଗାନ୍ଧୀଙ୍କ ବିରୋଧରେ ଅନୁରୂପ ପଦକ୍ଷେପ ନିଆଯାଇଛି। ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଗତ ପାଇଁ ବାଚସ୍ପତି ଓମ୍‌ ବିର୍ଲାଙ୍କୁ ପତ୍ର ଲେଖିଛନ୍ତି। ଶାହାଙ୍କ ସମ୍ବିଧାନ ବିତର୍କ ସମ୍ପର୍କିତ ବିବୃତିକୁ ଏଡିଟ୍‌ କରି ଏକ୍ସ'ରେ ଶେୟାର କରିଥିବାରୁ ତତ୍କାଳ ରାହୁଲଙ୍କ ଲୋକ ସଭା ସଦସ୍ୟତା ରଦ୍ଦ କରାଯାଉ ବୋଲି ଏଥିରେ ନିଶିକାନ୍ତ ଦାବି କରିଛନ୍ତି।

rahul gandhi

ରାଜ୍ୟ ସଭାରେ ମଧ୍ୟ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିରୋଧରେ ଅନୁରୂପ ନୋଟିସ ଦିଆଯାଇଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ ସୂଚନା ଦେଇଛନ୍ତି। ଶାହାଙ୍କ ବିରୋଧରେ ଖାର୍ଗେ ସ୍ବାଧିକାର ଭଙ୍ଗ ନୋଟିସ ଦେବାର ଦିନକ ପରେ ତାଙ୍କ ବିରୋଧରେ ଶାସକ ପକ୍ଷ ନୋଟିସ ଦେଇଛନ୍ତି।
ନିଶିକାନ୍ତ କହିଛନ୍ତି, ରାହୁଲ ଏଭଳି ଲଜ୍ଜାଜନକ କାର୍ଯ୍ୟ ପାଇଁ ଷଡ଼ଯନ୍ତ୍ର ରଚିବାବେଳେ ଭୁଲିଯାଇଛନ୍ତି ଯେ, ଲୋକ ସଭାର ବିରୋଧୀ ଦଳ ନେତାଙ୍କଠାରୁ ଯେପରି ସମ୍ବେଦନଶୀଳ ବ୍ୟବହାର ଆଶା କରାଯାଏ, ରାହୁଲ ତାକୁ ଭୁଲି ସବୁ ସୀମା ଅତିକ୍ରମ କରିଛନ୍ତି। ସେ ସଂସଦୀୟ ସ୍ବାଧିକାରକୁ ଭଙ୍ଗ କରିଛନ୍ତି। ତେଣୁ ତାଙ୍କ ବିରୋଧରେ ଗୃହରୁ ନିଲମ୍ବନ ଭଳି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ନିଶିକାନ୍ତ ଉକ୍ତ ନୋଟିସରେ ଉଲ୍ଲେଖ କରିଛନ୍ତି। ପାର୍ଲାମେଣ୍ଟରେ ଏହାର ତଦନ୍ତ ରିପୋର୍ଟ ଦାଖଲ ନ ହେବା ପର୍ଯ୍ୟନ୍ତ ରାହୁଲଙ୍କୁ ଗୃହକୁ ପ୍ରବେଶ କରିବାକୁ ଅନୁମତି ଦିଆ ନ ଯାଉ ବୋଲି ସେ ଦାବି କରିଛନ୍ତି। ଅନ୍ୟପକ୍ଷେ ନିଶିକାନ୍ତ ଓ ପୁରୀ ଏମ୍‌ପି ସମ୍ବିତ ପାତ୍ରଙ୍କ ବିରୋଧରେ ପୂର୍ବରୁ ଦିଆଯାଇଥିବା ପ୍ରିଭିଲେଜ୍‌ ମୋଶନ ନୋଟିସ ଉପରେ ପ୍ରଥମେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କଂଗ୍ରେସ ଏମ୍‌ପି ହିବି ଏଡେନ୍‌ ଦାବି କରିଛନ୍ତି।
ଯେ, ରାଜ୍ୟ ସଭାରେ ମଙ୍ଗଳବାର ସମ୍ବିଧାନ ସମ୍ପର୍କିତ ବିତର୍କ ବେଳେ ଶାହା ବିରୋଧୀଙ୍କୁ ଟାର୍ଗେଟ କରି କହିଥିଲେ, ଏବେ ଏକ ଫ୍ୟାଶନ୍‌ ହୋଇଯାଇଛି, 'ଆମ୍ବେଡକର, ଆମ୍ବେଡକର, ଆମ୍ବେଡକର, ଆମ୍ବେଡକର, ଆମ୍ବେଡକର, ଆମ୍ବେଡକର। କଂଗ୍ରେସ ନେତାମାନେ ଯେତିକି ଥର 'ଆମ୍ବେଡକର ଆମ୍ବେଡକର' ଚିତ୍କାର କରୁଛନ୍ତି, ସେତେଥର ଭଗବାନଙ୍କ ନାମ ନେଇଥିଲେ ୭ ଜନ୍ମ ଧରି ସ୍ବର୍ଗରେ ସ୍ଥାନ ପାଇଥାଆନ୍ତେ। କଂଗ୍ରେସ ଆମ୍ବେଡକରଙ୍କ ନାମ ଧରୁଥିବାରୁ ଭାଜପା ଖୁସି, କିନ୍ତୁ ବିରୋଧୀ ଦଳ ତାଙ୍କ ପ୍ରତି ଥିବା ନିଜ ମନୋଭାବର ମଧ୍ୟ ପରିପ୍ରକାଶ କରିବା ଉଚିତ ବୋଲି ସେ କହିଥିଲେ। ଶାହାଙ୍କ ଏହି ବକ୍ତବ୍ୟ ସମ୍ବଳିତ ଭିଡିଓକୁ ଏଡିଟ୍‌ କରି ସୋସିଆଲ ମିଡିଆରେ ପ୍ରସାର କରାଯାଇଥିବା ଭାଜପା ଅଭିଯୋଗ ଆଣିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+