ପ୍ରମୁଖ ଜାତୀୟ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀଙ୍କ ଅନୁପସ୍ଥିତି, ଦେଶ ପ୍ରତି ପ୍ରତିବଦ୍ଧତାକୁ ନେଇ ଉଠିଲା ପ୍ରଶ୍ନ

Rahul Gandhi: ନିକଟରେ ଭାରତ ନିଜର ୭୬ ତମ ଗଣତନ୍ତ୍ର ଦିବସ ପାଳନ କରିଛି ସେହିପରି କେବଳ ଦେଶରେ ନୁହେଁ ବରଂ ପୁରା ବିଶ୍ୱରେ ବର୍ତ୍ତମାନ ମହାକୁମ୍ଭ ମେଳାକୁ ଉତ୍ସାହର ମାହୋଲ ରହିଛି । ୧୪୪ ବର୍ଷରେ ଥରେ ପଡିଛି ସ୍ବତନ୍ତ୍ର ଯୋଗ । ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବୁ଼ଡ଼ ପକାଇବା ପାଇଁ ପ୍ରୟାଗରାଜରେ ପହଁଞ୍ଚୁଛନ୍ତି । ସେହିପରି ଦେଶରେ ବର୍ତ୍ତମାନ ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ସରଗରମ ରହିଛି ରାଜନୈତୀକ ମାହୋଲ । ସମସ୍ତ ଦଳ ଜୋରଦାର ପ୍ରଚାର କରୁଥିବାର ମଧ୍ୟ ଦେଖିବା ପାଇଁ ମିଳିଛି ।

ଦେଶ ସାରା ନେତାମାନେ ଏହି ସମସ୍ତ କାର୍ଯ୍ୟ କ୍ରମରେ ଯୋଗ ଦେଉଛନ୍ତି । ହେଲେ ଏପର୍ଯ୍ୟନ୍ତ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ସମସ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ନାହାଁନ୍ତି । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇଛି ଏବଂ ତାଙ୍କ ନେତୃତ୍ୱ ଏବଂ ଦେଶର ପ୍ରତି ପ୍ରତିବଦ୍ଧତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Rahul Gandhi

ମହାକୁମ୍ଭ ମେଳା ଭାରତର ସଂସ୍କୃତିକ ଐତିହ୍ୟ ଏବଂ ବିଶ୍ୱର ସର୍ବବୃହତ ଆଧ୍ୟାତ୍ମିକ ସମାବେଶର ପ୍ରତୀକ । ସେଲିବ୍ରିଟି, ରାଜନେତା ଏବଂ ଅନେକ ପ୍ରସିଦ୍ଧ ବ୍ୟକ୍ତ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ପାଇଁ ପହଞ୍ଚୁଥିବାର ଦେଖିବା ପାଇଁ ମିଳୁଛି । ମହାକୁମ୍ଭରେ ବିଜେପି ନେତାମାନେ ଅଂଶଗ୍ରହଣ କରିବା ସହ ବିଶ୍ୱ ମଞ୍ଚରେ ଭାରତୀୟ ସଂସ୍କୃତିର ଗାଥାର ପ୍ରମାଣ ଦେଇଛନ୍ତି ।

ନିକଟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ତାଙ୍କ ସମସ୍ତ କ୍ୟାବିନେଟ୍ ଏକତ୍ରିତ ହୋଇ ମହାକୁମ୍ଭରେ ବୁଡ ପକାଇଥିବାର ଦେଖିବା ପାଇଁ ମିଳିଥିଲା । ସେହିପରି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ନିଜ ପୁରା ପରିବାର ସହ ପ୍ରୟାଗରାଜରେ ବୁଡ ପକାଇବା ପାଇଁ ପହଞ୍ଚିଥିଲେ । ଏହି ସମୟରେ ଶାହ କହିଥିଲେ, ମହାକୁମ୍ଭ ସନାତନ ସଂସ୍କୃତିର ନିରବଚ୍ଛିନ୍ନ ପ୍ରବାହର ଏକ ଅନନ୍ୟ ପ୍ରତୀକ । କୁମ୍ଭ ଆମର ସନାତନ ଜୀବନ ଦର୍ଶନର ସମନ୍ୱୟ ଓ ପ୍ରତିଫଳନ । ସମଗ୍ର ବିଶ୍ୱକୁ ସମାନତା ଓ ସଦ୍ଭାବନାର ବାର୍ତ୍ତା ଦେଇଥାଏ ସନାତନ ଧର୍ମ ।

ସେହିପିର ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକର ମହାକୁମ୍ଭରେ ସ୍ନାନ କରିବାର କାର୍ଯ୍ୟକ୍ରମ ରହିଛି । ହେଲେ ଏପରି ସ୍ଥିତିରି ଏପର୍ଯ୍ୟନ୍ତ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ମହାନ ପର୍ବଠୁ ନିଜକୁ ଦୂରେଇ ରଖିଛନ୍ତି । ନିଜକୁ "janeudhari Brahmin,"ବୋଲି ଦାବି କରୁଥିବା ରାହୁଲ ଗାନ୍ଧୀ ଗଣେଶ ଚତୁର୍ଥୀ ଏବଂ ନବରାତ୍ରି ଭଳି ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଥାନ୍ତି । ଯାହା ଭାରତର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ପରମ୍ପରା ସହିତ ତାଙ୍କର ସମ୍ପର୍କର ଦୂରତା ଏବଂ ବିଶ୍ୱାସ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ଏବଂ ପ୍ରାଣ ପ୍ରତିଷ୍ଠା ଏକ ଐତିହାସିକ ମୁହୂର୍ତ୍ତ ଥିଲା। ଏହି ଐତିହାସିକ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀଙ୍କ ଅନୁପସ୍ଥିତି ଏବଂ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ କଂଗ୍ରେସ ଜାଣିଶୁଣି ଦୂରତା ବନାରଖିବା ଦେଶକୁ ଆଶ୍ଚର୍ଯ୍ୟ କରିଥିଲା।

ଗଣତନ୍ତ୍ର ଦିବସ ପରେଡ୍ ହେଉଛି ଭାରତର ଗଣତନ୍ତ୍ର, ସାମରିକ ବୀରତ୍ୱ ଏବଂ ଏହାର ସୈନିକଙ୍କ ବଳିଦାନର ଏକ ଉତ୍ସବ। ତଥାପି, ଏହି ବର୍ଷ, ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କୁ ଦେଖିବା ପାଇଁ ମିଳି ନଥିଲା । ଏହା ଜାତୀୟ ଗର୍ବ ଏବଂ ମୂଲ୍ୟବୋଧ ପ୍ରତି ସେମାନଙ୍କର ପ୍ରତିବଦ୍ଧତା ଉପରେ ପ୍ରଶ୍ନ ଉଠାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ପୀଡିତ ଏବଂ ସୈନିକଙ୍କ ସହିତ ସାକ୍ଷାତ କରିବା ସମୟରେ, ରାହୁଲ ଗାନ୍ଧୀ ବିଦେଶ ଛୁଟି ଉପଭୋଗ କରୁଥିଲେ। ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ସଙ୍କଟ ସମୟରେ ତାଙ୍କର ଅନୁପସ୍ଥିତି ତାଙ୍କ ନେତୃତ୍ୱ ଉପରେ ସନ୍ଦେହ ସୃଷ୍ଟି କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+