'ଭାଙ୍ଗିଯାଇପରେ ମୋଦି ସରକାର'
ନୂଆଦିଲ୍ଲୀ: ଏକ ଛୋଟ ଭୁଲ ଯୋଗୁଁ ମୋଦି ସରକାର ଭାଙ୍ଗିଯାଇ ପାରେ ବୋଲି ଦାବି କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଦେଶୀ ଗଣମାଧ୍ୟମ ସହିତ ଆଲୋଚନା କରିବା ବେଳେ କହିଛନ୍ତି ଏକ ଛୋଟ ଭୁଲ ଯୋଗୁଁ ମୋଦି ସରକାର ଭାଙ୍ଗିଯାଇ ପାରେ ।
ସେ ଆହୁରି କହିଛନ୍ତି ଯେ ସରକାର ଚଳାଇବା ପାଇଁ ବିଜେପିକୁ ଛୋଟ ଦଳ ଉପରେ ନିର୍ଭର କରିବାକୁ ପଡିବ । ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ମୋଦି ଶିବିରରେ ଅନେକ ଅସନ୍ତୋଷ ରହିଛି ଏବଂ ଅନେକ ଲୋକ ତାଙ୍କ ସହ ଯୋଗାଯୋଗ କରୁଛନ୍ତି । ରାହୁଲ ଗାନ୍ଧୀ ୨୦୨୪ ଲୋକ ସଭା ନିର୍ବାଚନ ଏବଂ ଏହାର ଫଳାଫଳ ବିଷୟରେ ଫଶଇନାନସିୟାଲ ଟାଇମ୍ସର ଦକ୍ଷିଣ ଏସିଆ ବ୍ୟୁରୋ ମୁଖ୍ୟ ଜନ ରିଟଙ୍କୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ।
ସେ କହିଛନ୍ତି ଯେ ଅପ୍ରତ୍ୟାଶିତ ନିର୍ବାଚନ ଫଳାଫଳ ପରେ ଭାରତୀୟ ରାଜନୈତିକ ପରିସ୍ଥିତିରେ ଏକ ବଡ଼ ପରିବର୍ତ୍ତନ ହୋଇଛି । ସେ ଦାବି କରିଛନ୍ତି, 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସରକାର ବଞ୍ଚାଇବା ପାଇଁ ଏକ ବଡ ସଂଘର୍ଷର ସମ୍ମୁଖୀନ ହେବାକୁ ପଡ଼ିବ । ଭାରତୀୟ ରାଜନୈତିକ ବ୍ୟବସ୍ଥାରେ ଏକ ଖାଲି ସ୍ଥାନ ଅଛି । ଭାରତୀୟ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ହୋଇଛି ।
ନିର୍ବାଚନ ଫଳାଫଳ ବିଷୟରେ କଥାବାର୍ତ୍ତା ବେଳେ ରାହୁଲ ଗାନ୍ଧୀ କହିଛନ୍ତି ଯେ ବିଜେପିର ଆସନ ସଂଖ୍ୟା ଏତେ କମ ଯେ ପରିସ୍ଥିତି ଅତ୍ୟନ୍ତ ଜଟିଳ । ଛୋଟ ଛୋଟ ବିଭ୍ରାଟ ସରକାରକୁ ଭାଙ୍ଗିପାରେ । ସମସ୍ତ ସହଯୋଗୀଙ୍କୁ ଅନ୍ୟ ଉପାୟକୁ କରିବାକୁ ହେବ । ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ମୋଦିଙ୍କ ଶିବିରରେ ବହୁତ ଅସନ୍ତୋଷ ରହିଛି ଏବଂ ତାଙ୍କ ସହ ଯୋଗାଯୋଗ କରୁଥିବା ଲୋକ ଅଛନ୍ତି । ତେବେ ରାହୁଲ ଗାନ୍ଧୀ ଏ ବିଷୟରେ ବିସ୍ତୃତ ଭାବେ କହିବାକୁ ମନା କରି ଦେଇଛନ୍ତି ।
ରାହୁଲ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି, 'ବିଜେପି ଅନୁଭବ କରିଥିଲା ଯେ ସେମାନେ ଘୃଣା, କ୍ରୋଧ ବିସ୍ତାର କରିପାରିବେ ଏବଂ ଏହାର ଫାଇଦା ଉଠାଇ ପାରିବେ, କିନ୍ତୁ ଏହି ନିର୍ବାଚନରେ ଭାରତର ଲୋକମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହି କାରଣରୁ କେନ୍ଦ୍ରୀୟ ମିଳିତ ମଞ୍ଚ ସଂଘର୍ଷ କରିବ କାରଣ ୨୦୧୪ ଏବଂ ୨୦୧୯ ରେ ପିଏମ ମୋଦୀଙ୍କ ପାଇଁ ଯାହା କାମ କରିଛି ତାହା ବର୍ତ୍ତମାନ କାମ କରୁନାହିଁ ।
ବିରୋଧୀ ଇଣ୍ଡିଆ ମେଣ୍ଟର ନିର୍ବାଚନ ଫଳାଫଳ ସମ୍ପର୍କରେ ରାହୁଲ ଗାନ୍ଧୀ କହିଛନ୍ତି, 'ଏହି ନିର୍ବାଚନରେ ସଫଳ ହୋଇଥିବା ଅନେକ ଧାରଣା ଭାରତ ଯୋଡାରୁ ଆସିଛି । ସେମାନେ ଆମଠାରୁ ଆସି ନାହାଁନ୍ତି, ବରଂ ଭାରତର ଲୋକଙ୍କଠାରୁ ଆସିଛନ୍ତି । ପିଏମ ମୋଦୀଙ୍କ ଧାରଣା ଏବଂ ତାଙ୍କ ଭାବମୂର୍ତ୍ତି ଚାଲିଯାଇଛି । ଅଯୋଧ୍ୟା ବିଷୟରେ ଗତ ୧୦ ବର୍ଷ ବିତାଇଥିବା ପାର୍ଟିକୁ ଅଯୋଧ୍ୟାରେ ମୂଳ ବୋଛ କରିଦେଇଛନ୍ତି ଜନତା ।

ରାହୁଲ ଗାନ୍ଧୀ ପୂର୍ବତନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ ଦାବି କରିଛନ୍ତି ଯେ, ଠିକ୍ ସମୟରେ ବିରୋଧୀ ଇଣ୍ଡିଆ ମିଳିତ ମଞ୍ଚ ବହୁମତ ହାସଲ କରିଥାନ୍ତା, କିନ୍ତୁ ସେମାନେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଜେଲରେ ରଖିଥିଲେ, ଭୋଟ୍ ଦେବା ପୂର୍ବରୁ କଂଗ୍ରେସର କିଛି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଥିଲେ । କିନ୍ତୁ ଆମେ ସଂଘର୍ଷ କରିଥିଲୁ । ଭାରତୀୟ ଲୋକମାନେ ଜାଣିଥିଲେ ଯେ ସେମାନେ କଣ କରିବେ । ନ୍ୟାୟିକ ବ୍ୟବସ୍ଥା, ଗଣମାଧ୍ୟମ ଏବଂ ଅନୁଷ୍ଠାନ ଗଠନ ସବୁ ବନ୍ଦ ହୋଇଗଲା ବିରୋଧୀ ଦଳ ପାଇଁ । ତେଣୁ ଆମେ ସ୍ଥିର କଲୁ ଯେ ଶାରୀରିକ ଭାବରେ କରିବାକୁ ହେବ ସଂଘର୍ଷ ।
ରାହୁଲ ଗାନ୍ଧୀ ବିଜେପିକୁ ଧାର୍ମିକ ତିକ୍ତତାର ଫାଇଦା ନେବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ଏବଂ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ବୃହତ ମୁସଲମାନ ସଂଖ୍ୟାଲଘୁଙ୍କୁ ଅନୁପ୍ରବେଶକାରୀ ବୋଲି କହିଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କଂଗ୍ରେସ ନିମ୍ନ ଜାତିର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ ନିଯୁକ୍ତି ଏବଂ ଅନ୍ୟାନ୍ୟ ସଂରକ୍ଷଣକୁ ବନ୍ଦ କରିବ । ସେ କହିଛନ୍ତି ଯେ ଯାହା ଘଟିଛି ତାହା ହେଉଛି ବିଜେପିର ମୌଳିକ ଗଠନ, ଧାର୍ମିକ ଘୃଣାର ଧାରଣା ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications