ସରକାରୀ ବଙ୍ଗଳାରେ ରହିବେ ନାହିଁ ରାହୁଲ ଗାନ୍ଧି
ନୂଆଦିଲ୍ଲୀ: ମୋଦୀ ସରନେମ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାହୁଲ ଗାନ୍ଧି ପୁଣି ଥର ନିଜ ଲୋକସଭା ସଦସ୍ୟତା ଫେରି ପାଇ ସଂସଦ ତ ଯାଇଥିଲେ ହେଲେ ଏଥର ସରକାରୀ ବଙ୍ଗଳା ନେବା ପାଇଁ ସେ ମନା କରିଦେଇଛନ୍ତି । ଗତ ୮ ତାରିଖରେ ତାଙ୍କୁ ୧୨ ତୁଗଲକ ଲେନରେ ଥିବା ବଙ୍ଗଳା ଆଲଟ୍ କରାଯାଇଥିଲା । ହେଲେ ସେ ଏହାକୁ ନେବେ ନାହିଁ ବୋଲି ଲୋକସଭା ହାଉସିଂ ସୋସାଇଟିକୁ ପତ୍ର ଲେଖି ଜଣାଇଛନ୍ତି ।

ସୂଚନାଥାଉ ଯେ, ମୋଦି ସରନେମ୍ ମାମଲାରେ ୨ ବର୍ଷ ଦଣ୍ତାଦେଶ ମିଳିବା ପରେ ରାହୁଲ ଗାନ୍ଧିଙ୍କ ସାସଂଦ ପଦ ଚାଲିଯାଇଥିଲା । ଏହା ପରେ ସେ ରହୁଥିବା ଘରକୁ ମଧ୍ୟ ତାଙ୍କଠାରୁ ପ୍ରତ୍ୟାହାର କରି ନିଆଯାଇଥିଲା । ହେଲେ ପରବର୍ତ୍ତି ସମୟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସେ ସଦସ୍ୟତା ଫେରି ପାଇଥିଲେ ଏବଂ ତାଙ୍କୁ ପୁଣି ବଙ୍ଗଳା ଆଲଟ କରାଯାଇଥିଲା । ହେଲେ ଏବେ ରାହୁଲ ନିଜ ସରକାରୀ ଘରେ ରହିବେ ନାହିଁ ବୋଲି ଲୋକସଭା ହାଉସିଂ ସୋସାଇଟିକୁ ପତ୍ର ଲେଖି ଜଣାଇଛନ୍ତି ।
ତେହେ ଗତ ୨୦୧୯ ମସିହା ଏପ୍ରିଲ୍ ୧୩ ତାରିଖରେ କର୍ଣ୍ଣାଟକାର କୋଲାରେ ଏକି ନିର୍ବାଚନ ରାଲିକୁ ସମ୍ବୋଧନ କରି ରାହୁ ଗାନ୍ଧି
ସବୁ ଚୋରଙ୍କ ସରନେମ କ'ଣ ମୋଦି ବୋଲି କହିଥିଲେ । ଯାହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ବିଜେପି ବିଧାୟକ ପୂର୍ଣ୍ଣେଶ
ମୋଦି ରାହୁଲଙ୍କ ବିରୋଧରେ ଏକ ମାନହାନୀ ମାମଲା ରୁଜୁ କରିଥିଲେ ।












Click it and Unblock the Notifications