ବିବାହ କରିବେ ରାହୁଲ ଗାନ୍ଧୀ ! ରାୟବରେଲୀ ରାଲିରେ କହିଲେ ଏପରି କଥା

Rahul Gandhi Marriage: ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାୟବରେଲି ଗସ୍ତରେ ଅଛନ୍ତି । ନିଜ ଗସ୍ତ ସମୟରେ ରାହୁଲ ଗାନ୍ଧୀ ରାୟବରେଲିରେ ଏକ ରାଲି କରିଥିଲେ, ତାଙ୍କ ସହ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ରୋ ଶୋ'ରେ ଉପସ୍ଥିତ ଥିଲେ । ଏହି ସମୟରେ ରାହୁଲ ଗାନ୍ଧୀଙ୍କୁ ତାଙ୍କ ବିବାହକୁ ନେଇ ପ୍ରଶ୍ନ ପଚରାଯାଇଥିଲା, ସେ ବିବାହ କରିବେ ବୋଲି ଜାଣିବା ପାଇଁ ଚାହିଁଥିଲେ ରାୟବରେଲୀ ବାସିନ୍ଦା ।

ଏହି ରାଲିରେ ଜଣେ ଶିଶୁ ରାହୁଲ ଗାନ୍ଧୀଙ୍କୁ ତାଙ୍କ ବିବାହ ବିଷୟରେ ଏକ ପ୍ରଶ୍ନ ପଚାରିଥିଲେ। ତାଙ୍କ ପ୍ରଶ୍ନର ଉତ୍ତର ଦେଇ ରାହୁଲ ଗାନ୍ଧୀ କହିଛନ୍ତି, ବର୍ତ୍ତମାନ ମୋତେ ଲାଗୁଛି ଖୁବ୍ ଶୀଘ୍ର ବିବାହ କରିବା ପାଇଁ ପଡିବ ।

Rahul Gandhi Marriage

ସୂଚନାଯୋଗ୍ୟ ଯେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ନିର୍ବାଚନୀ ପ୍ରଚାର ମୈଦାନକୁ ଉଲ୍ଲାହିଥିଲେ । ଏହି ସମୟରେ ପ୍ରତ୍ୟେକ ଘରକୁ ଘର ଯାଇ ଲୋକଙ୍କୁ ଭେଟିଥିଲେ, ତାଙ୍କ ସମସ୍ୟା ପଚାରି ବୁଝିଥିଲେ ଏବଂ ଭିବିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

ରାୟବରେଲି ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧୀ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । ଏହି ସମୟରେ ସେ ରାୟବରେଲିଙ୍କୁ ନିର୍ବାଚନ ଲଢିବାର କାରଣ କହିଥିଲେ । ସେ କହିଥିଲେ ମୋର ଦୁଇଟି ମା', ସୋନିଆ ଗାନ୍ଧୀ ଏବଂ ଇନ୍ଦିରା ଗାନ୍ଧୀ ଉଭୟଙ୍କର ଏହା ହେଉଛି କର୍ମ ଭୂମି । ସେଥିପାଇଁ ମୁଁ ମଧ୍ୟ ଏହି ଆସନରୁ ନିର୍ବାଚନ ଲଢିବାର ନିଷ୍ପତ୍ତି ନେଲି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+