ଆଜି ନାମାଙ୍କନ ଦାଖଲ କରିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଆଜି ମଧ୍ୟାହ୍ନ ୧୨ ଟା ସମୟରେ କେରଳର ୱାୟନାଡ ଆସନରୁ ନାମାଙ୍କନପତ୍ର ଦାଖଲ କରିବେ, ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଭାଇ ରାହୁଲଙ୍କ ସହ ଉପସ୍ଥିତ ରହିବେ । ନାମାଙ୍କନପତ୍ର ଦେବା ପୂର୍ବରୁ ପୂର୍ବତନ କଂଗ୍ରେସ ସଭାପତି ଏକ ରୋଡ୍ ସୋ କରିବାର ରହିଛି କାର୍ଯ୍ୟକ୍ରମ । ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଏକ ବିଶାଳ ରୋଡ ସୋରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି ।

ଏହି ଆସନରେ ୨୬ ଏପ୍ରିଲରେ ମତଦାନ ଗ୍ରହଣ କରାଯିବ । ଗତ ନିର୍ବାଚନରେ ରାହୁଲ ଗାନ୍ଧୀ ପାଖାପାଖି ୫ଲକ୍ଷ ଭୋଟ୍ ବ୍ୟବଧାନରେ ଏଠାରେ ବଡ ବିଜୟ ହାସଲ କରିଥିଲେ । ଚଳିତ ଥର ରାହୁଲଙ୍କ ବିପକ୍ଷରେ ଏଠାରେ ସିପିଆଇ ସାଧାରଣ ସମ୍ପାଦକ ଡି ରାଜାଙ୍କ ପତ୍ନୀ ଆନି ରାଜା ଏବଂ ବିଜେପିର ରାଜ୍ୟ ସଭାପତି କେ ସୁରେନ୍ଦ୍ରନ ନିର୍ବାଚନ ମଇଦାନକୁ ଓହ୍ଲାଇବେ ।

rahulgandhi

ଏହି ତିନି ନେତାଙ୍କୁ ନେଇ ଏଠାରେ କଡା ମୁକାବିଲା ହେବ ବୋଲି ଆକଳନ କରାଯାଉଛି । ତେବେ ରାହୁଲ ଏହି ଆସନରୁ ସାଂସଦ ଥିବାବେଳେ ଅନ୍ୟ ଦୁଇଜଣଙ୍କ ଅପକ୍ଷୋ ବଡ ଚେହେରା ଭାବେ ଉଭା ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+