କେଜ୍ରିୱାଲଙ୍କୁ କଟାକ୍ଷ କଲେ ରାହୁଲ, କହିଲେ ଏହା ହେଉଛି ‘ପ୍ୟାରିସ ୱାଲା ଦିଲ୍ଲୀ’
କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଅରବିନ୍ଧ କେଜ୍ରିୱାଲଙ୍କୁ ପୁଣି ଆକ୍ରମଣ କରିଛନ୍ତି। ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରତି ତାଙ୍କ ସମାଲୋଚନାକୁ ଆହୁରି ଶାଣିତ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଫଳରେ ଇଣ୍ଡି ବ୍ଲକରେ ଦେଖା ଦେଇଥିବା ଫାଟ ଆହୁରି ଓସାରିଆ ହୋଇଛି। ଅରବିନ୍ଧ ଦିଲ୍ଲୀକୁ ପ୍ୟାରିସରେ ବଦଳେଇଦେବେ ବୋଲି କହିଥିବା ଏକ ପୁରୁଣା ଭିଡିଓକୁ ଟୁଇଟ କରି ରାହୁଲ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି। ଏହି ଭିଡିଓରେ ସେ ଏକ ଅଳିଆ ଆବର୍ଜନା ପକାଯାଉଥିବା ନଳା ପାଖରେ ଛିଡା ହୋଇ ଏହା ହେଉଛି କେଜ୍ରିୱାଲଙ୍କ ପ୍ୟରିସ ବୋଲି କହି କଟାକ୍ଷ କରୁଥିବା ନଜରକୁ ଆସିଛନ୍ତି ରାହୁଲ।
ଟିକେ ଦିଲ୍ଲୀକୁ ଦେଖନ୍ତୁ। ସେଇ ଚମକୁଥିବା ଦିଲ୍ଲୀ। ପ୍ୟାରିସ ବନିଯାଇଥିବା ଦିଲ୍ଲୀ। ପ୍ରାୟ ସବୁ ସ୍ଥାନର ଅବସ୍ଥା ସମାନ ବୋଲି ଏହି ଭିଡିଓରେ ରାହୁଲ କହୁଥିବା ଦେଖିବାକୁ ମିଳିଛି। ୨୦୧୯ ମସିହାରେ କେଜ୍ରିୱାଲ ଦିଲ୍ଲୀକୁ ପ୍ୟାରିସ ଓ ଲଣ୍ଡନଠୁ ଅଧିକ ସଫା ସୁତୁରା କରିପାରିବେ ବୋଲି ନିର୍ବାଚନି ରାଲିରେ ପ୍ରତିଶ୍ରୁତି ଦେଇଥିଲେ। ଏହାଛଡା ଦିଲ୍ଲୀର ରୋଡ, ହସପିଟାଲ ଓ ଯମୁନା ନଦୀକୁ ମଧ୍ୟ ଆନ୍ତର୍ଜାତିକ ସ୍ତରୀୟ ଭାବେ ବିକାଶ କରାଯିବ ବୋଲି କହିଥିଲେ।

ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରିଦେବାକୁ ଧମକ ଦେଇଛି ଆପ୍।ଗତ ଲୋକସଭା ନିର୍ବାଚନରେ ଦିଲ୍ଲୀରେ ଆପ୍ ଓ କଂଗ୍ରେସ ଏକାଠି ଲଢ଼ିଥିଲେ। କିନ୍ତୁ କେହି ଗୋଟିଏ ବି ଆସନ ପାଇ ନଥିଲେ। କିନ୍ତୁ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଉଭୟ ଅଲଗା ଅଲଗା ଲଢୁଛନ୍ତି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଫେବ୍ରୁଆରୀ ୫ ତାରିଖରେ ଭୋଟ୍ ଗ୍ରହଣ ହେବ। ଫେବ୍ରୁଆରୀ ୮ ତାରିଖରେ ଫଳାଫଳ ଆସିବ।












Click it and Unblock the Notifications