ସ୍ୱର୍ଣ୍ଣ ମନ୍ଦିରରେ ପହଞ୍ଚିଲେ ରାହୁଲ ଗାନ୍ଧି, ଲଙ୍ଗରରେ ଧୋଇଲେ ବାସନ

ଚଣ୍ତିଗଡ଼: ଆଜି ଗାନ୍ଧି ଜୟନ୍ତୀ ଅବସରରେ ଅମୃତସରର ସ୍ୱର୍ଣ୍ଣ ମନ୍ଦିରରେ ପହଞ୍ଚିଲେ କଂଗ୍ରେସ ସାଂସଦ ରାହୁର ଗାନ୍ଧି । ପବିତ୍ର ମନ୍ଦିର ଶ୍ରୀ ହରମନ୍ଦିର ସାହେବରେ ନତମସ୍ତର ହୋଇ ଲଙ୍ଗରରେ ବାସନ ଧୋଇ ସେବା କରିଛନ୍ତି ରାହୁଲ ଗାନ୍ଧି । କେବେ ଏହି ବ୍ୟକ୍ତିଗତ ପରିଦର୍ଶନରେ ଆସିଥିବା ରାହୁଲଙ୍କୁ ପଗଡ଼ି ବଦଳରେ ତାଙ୍କ ମୁଣ୍ତରେ ନୀଳ ରଙ୍ଗର ପତାକା ବାନ୍ଧିଥିଲେ ।

ତେବେ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କ ସହ ଯୋଡି ହେବା ପାଇଁ ପ୍ରୟାସ କରୁଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ତେବେ ପୂର୍ବରୁ କଂଗ୍ରେସ ସାଂସଦ ଭାରତ ଯୋଡୋ ଯାତ୍ରା ସମୟରେ ଅମୃତସର ଆସିଥିଲେ । ରାହୁଲ ଗାନ୍ଧି ଅମୃତସର ମନ୍ଦିରରେ ପହଞ୍ଚିବା ପରେ ସେବା କରିଥିଲେ । ଲଙ୍ଗରରେ ବାସନ ଧୋଇବାର ଫଟୋ ସୋସିଆଲ ମିଡିଆ ଏକ୍ସରେ ସେୟାର କରିଛନ୍ତି ।

Rahul Gandhi

ଅନ୍ୟପଟେ ରାହୁଲ ଗାନ୍ଧିଙ୍କ ଏହି ଗସ୍ତକୁ ନେଇ କଂଗ୍ରେସ କହିଛି ଯେ ଏହା ରାହୁଲଙ୍କର ବ୍ୟକ୍ତିଗତ ଅଟେ । ଏହା ପଛରେ କୌଣସି ରାଜନୈତିକ କାର୍ଯ୍ୟକ୍ରମ ନାହିଁ ବୋଲି କଂଗ୍ରେସ ସୂଚନା ଦେଇଛି । ସେଥିପାଇଁ ରାହୁଲଙ୍କୁ ସ୍ୱାଗତ କରିବା ପାଇଁ କଂଗ୍ରେସ ନେତାମାନେ ମଧ୍ୟ ଶ୍ରୀ ହରମନ୍ଦିର ସାହେବ ନିକଟରେ ପହଞ୍ଚି ନଥିଲେ । ହେଲେ ରାହୁଲ ଗାନ୍ଧିଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି ।

ରାହୁଲଙ୍କ ଗସ୍ତକୁ ନେଇ ପଞ୍ଜାବ କଂଗ୍ରେସ ମୁଖ୍ୟ ଅରବିନ୍ଦର ସିଂ ରାଜା ୱେଡିଂ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇ କହିଛନ୍ତି ଯେ, ଏହା ରାହୁଲ ଗାନ୍ଧିଙ୍କ ବ୍ୟକ୍ତିଗତ ଯାତ୍ରା, ଆଧ୍ୟତ୍ମିକ ଯାତ୍ରା । ଏହାକୁ ସମ୍ମାନ ଦେବା ଉଚିତ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+