ସରକାରୀ ଘର ଛାଡିଲେ ରାହୁଲ ଗାନ୍ଧି, କହିଲେ- ମୋତେ ସତ କହିବାର ମୂଲ୍ୟ ଦେବାକୁ ପଡିଛି
ନୂଆଦିଲ୍ଲୀ:ସରକାରୀ ବାସଭବନ ଖାଲି କଲେ ରାହୁଲ ଗାନ୍ଧି । ସେ ଘରର ଚାବି ଲୋକସଭା ସଚିବାଳୟକୁ ହସ୍ତାନ୍ତର କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧି ଶନିବାର ଦିନ ଦିଲ୍ଲୀର ୧୨ ତୋଗଲକ୍ ରୋଡ୍ ସ୍ଥିତ ତାଙ୍କ ସରକାରୀ ବାସଭବନ ଛାଡିବା ବେଳେ ଅତ୍ୟନ୍ତ ଭାବପ୍ରବଣ ହୋଇପଡିଥିଲେ ।
ରାହୁଲ ଗାନ୍ଧି କହିଛନ୍ତି, 'ମୁଁ ଭାରତର ସ୍ୱର ପାଇଁ ସଂଗ୍ରାମ କରୁଛି । ଯେଉଁଥି ପାଇଁ ମୁଁ କିଛି ବି କରିବା ପାଇଁ ପ୍ରସ୍ତୁତ ଅଛି । ଭାରତର ଲୋକମାନେ ମୋତେ ୧୯ ବର୍ଷ ଏହି ଘରେ ରହିବା ପାଇଁ ଦେଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ଏହା ହେଉଛି ସତ କହିବାର ମୂଲ୍ୟ । ମୁଁ ସତ କହିବା ପାଇଁ କୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ଅଛି ।

मैं भारत की आवाज़ के लिए लड़ रहा हूं।
मैं हर कीमत चुकाने को तैयार हूं।
— Rahul Gandhi (@RahulGandhi) March 24, 2023
'ମୋଦି ସରନେମ' ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ଗାନ୍ଧିଙ୍କର ଲୋକସଭା ସଦସ୍ୟ ପଦ ରଦ୍ଧ ହୋଇଯାଇଥିଲା । ଯାହା ପରେ ଏପ୍ରିଲ୍ ୨୨ ତାରିଖ ସୁଦ୍ଧା ସରକାରୀ ବାସଭବନ ଖାଲି କରିବା ପାଇଁ ଲୋକସଭା ସଚିବାଳୟ ପକ୍ଷରୁ ରାହୁଲ ଗାନ୍ଧିଙ୍କୁ ନୋଟିସ ଜାରି କରାଯାଇଥିଲା ।

ସୂଚନାଥାଉ ଯେ, 'ମୋଦି ସରନେମ୍'ବିବାଦ ମାମଲାରେ ମାର୍ଚ୍ଚ ୨୩ ତାରିଖରେ ସୁରଟର ଏକ କୋର୍ଟରେ ରହୁଲ ଗାନ୍ଧି ଦୋଷୀ ସାବ୍ୟସ୍ତ ହୋଇଥିଲେ । ଯାହାପରେ ତାଙ୍କୁ ୨ ବର୍ଷ ଜେଲ୍ ଦଣ୍ତାଦେଶ ହୋଇଥିଲା । ଅନ୍ୟପଟେ କୋର୍ଟ ରାୟ ଆସିବାର ୨୪ ଘଣ୍ଟା ମଧ୍ୟରେ ହିଁ ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ପଦ ରଦ୍ଦ ହୋଇଯାଇଥିଲା ।
ପେର ରାହୁଲ ଗାନ୍ଧି ସୁରଟର ସେସନ୍ସ କୋର୍ଟରେ ଏହି ରାୟକୁ ଚ୍ୟାଲେଞ୍ଜ କରିଥିଲେ । ହେଲେ ତାଙ୍କ ଆବେଦନକୁ ଖାରଜ କରିଥିଲେ ସେସନ୍ସ କୋର୍ଟ । ତେବେ ସେସନ୍ସ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ପୁଣି ଆସନ୍ତା ସପ୍ତାହରେ ଗୁଜୁରାଟ ହାଇକୋର୍ଟରେ ଆବଦନ କରିବା ନେଇ ସୂଚନା ରହିଛି ।
ନୋଟିସ୍ ପାଇବା ପରେ ଏପ୍ରିଲ୍ ୧୪ ତାରିଖଠୁ ଘର ଛାଡିବା ପ୍ରକ୍ରିୟା ଆରମ୍ଭ କରିଦେଇଥିଲେ ରାହୁଲ ଗାନ୍ଧି । ବର୍ତ୍ତମାନ ସେ
୧୦ ଜନପଥରେ ରହିବେ ବୋଲି ନିଜେ ହିଁ ସୂଚନା ଦେଇଛନ୍ତି । ରାହୁଲଙ୍କର ସମସ୍ତ ଜିନିଷ ଏବଂ ତାଙ୍କ ଅଫିସ ତାଙ୍କ ମା'ଙ୍କ ଘରକୁ ସ୍ଥାନାନ୍ତର କରାଯାଇଛି ।












Click it and Unblock the Notifications