ସେପ୍ଟେମ୍ବର ୮ରୁ ଆମେରିକା ଗସ୍ତରେ ଯିବେ ରାହୁଲ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଆମେରିକା ଗସ୍ତରେ ଯିବେ। ରାହୁଲଙ୍କ ଗସ୍ତ ସେପ୍ଟେମ୍ବର ୮ରୁ ସେପ୍ଟେମ୍ବର ୧୦ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ସେ ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ସମ୍ବୋଧିତ କରିବେ। ଆମେରିକା ଗସ୍ତରେ ଯିବାକୁ ରାହୁଲ ଗାନ୍ଧି ଡାଲ୍ଲାସ, ଟେକ୍ସାସ ଓ ୱାଶିଂଟନ ଡିସିରେ ଭାରତୀୟ ବଂଶୋଦ୍ଭବ, ଶିକ୍ଷାର୍ଥୀ, ଶିକ୍ଷାବିତ ଓ ଆଇନ ପ୍ରଣୟନକାରୀଙ୍କୁ ଭେଟିବେ। ଭାରତୀୟ ଓଭରସିଜ କଂଗ୍ରେସର ଅଧ୍ୟକ୍ଷ ସାମ ପିତ୍ରୋଦା ଆଜି ରାହୁଲ ଗାନ୍ଧି ଆମେରିକା ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି।
ସାମ କହିଥିଲେ ଯେ "ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସର ସଭାପତି ହେବା ପରଠାରୁ ମୋତେ ଭାରତୀୟ ପ୍ରବାସୀ, କୂଟନୀତିଜ୍ଞ, ଶିକ୍ଷାବିତ୍, ବ୍ୟବସାୟୀ, ରାଜନେତା, ଅନ୍ତର୍ଜାତୀୟ ଗଣମାଧ୍ୟମ ଏବଂ ଅନ୍ୟାନ୍ୟ ଲୋକମାନେ ରାହୁଲଙ୍କ ଗସ୍ତ ପାଇଁ ଅନୁରୋଧ କରୁଛନ୍ତି ।" ସେ କହିଛନ୍ତି, ରାହୁଲ ଗାନ୍ଧି ବିରୋଧୀ ଦଳ ନେତା ହେବା ପରେ ଭାରତୀୟ ବଂଶୋଦ୍ଭବ, ଡିପ୍ଲୋମାଟ, ଶିକ୍ଷାବିତ, ବ୍ୟବସାୟୀ, ନେତା, ଅନ୍ତର୍ଜାତୀୟ ମିଡିଆ ଓ ଅନେକ ଲୋକ ତାଙ୍କ ସହ କଥାବାର୍ତ୍ତା ହେବାକୁ ଆଗ୍ରହ ପ୍ରକାଶ କରିଥିଲେ। ଏନେଇ ଆମ ପାଖକୁ ଅନେକ ଅନୁରୋଧ ଆସିଥିଲା। ତେଣୁ ରାହୁଲ ଗାନ୍ଧି ଆମେରିକା ଗସ୍ତରେ ଆସୁଥିବା ସେ ସୂଚନା ଦେଇଛନ୍ତି।

ରାହୁଲ ଗାନ୍ଧିଙ୍କ ଆମେରିକା ଗସ୍ତ ସେପ୍ଟେମ୍ବର ୮ରୁ ଡାଲ୍ଲାସରୁ ଆରମ୍ଭ ହେବ। ଏଠାରେ ସେ ଟେକ୍ସାସ ବିଶ୍ୱବିଦ୍ୟାଳୟର ଶିକ୍ଷାର୍ଥୀ, ଶିକ୍ଷାନୁଷ୍ଠାନ ଓ ସ୍ଥାନୀୟ ଭାରତୀୟ ବଂଶୋଦ୍ଭର ସଦସ୍ୟମାନଙ୍କ ସହ କତାବାର୍ତ୍ତା କରିବେ।












Click it and Unblock the Notifications