ହାଥରସ୍ ଦଳାଚକଟା ଘଟଣା: ମୃତକଙ୍କ ପରିବାରକୁ ଭେଟିବେ ରାହୁଲ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହାଥରସ୍ ଦଳାଚକଟା ଘଟଣାରେ ଏବେ ସୁଦ୍ଧା ୧୨୩ ଜଣଙ୍କ ଜୀବନ ଯାଇ ସାରିଲାଣି । ଏହି ଘଟଣାରେ ଅନେକ ପରିବାର ନଷ୍ଟ ହୋଇଯାଇଛି । ମୃତକଙ୍କ ବାଦ୍ ଦେଲେ ଅନେକ ଲୋକ ଆହତ ହୋଇ ବର୍ତ୍ତମାନ ସୁଦ୍ଧା ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଏହି ପୂରା ମାମଲାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଯୋଗୀ ସରକାର ।

ମାମଲାର ତଦନ୍ତ ପାଇଁ ପୁଲିସ ୭ଟି ଟିମ୍ ଗଠନ କରିଛି । ଏହି ଟିମ୍ ଏବେ ନାରାୟଣ ହରି ଓରଫ ଭୋଲେ ବାବାଙ୍କ ମୁଖ୍ୟ ସେବାଦାର ବେଦପ୍ରକାଶ ମଧୁକରଙ୍କୁ ଖୋଜୁଛି । ସେ ବର୍ତ୍ତମାନ ଫେରାର ଅଛନ୍ତି । ଆଉ ବର୍ତ୍ତମାନ ଏହି ଘଟଣାକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି । ତାହା ହେଉଛି କଂଗ୍ରେସ ତୋ ତଥା ଲୋକ ସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ହାଥରସ ଗସ୍ତ କରିବେ ।

rahul gandhi

ସେ ଏଠାରେ ସତସଙ୍ଗରେ ଘଟିଥିବା ଦଳାଚକଟାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ଭେଟିବେ । ଏହି ସୂଚନା ଦେଇଛନ୍ତି କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଳ । ଭେନୁଗୋପାଳ କହିଛନ୍ତି, ହାଥରସ୍ ଘଟଣା ଅତ୍ୟନ୍ତ ଦୁଃଖଦାୟକ । ରାହୁଲ ଗାନ୍ଧୀ ଖୁବ୍‌ଶୀଘ୍ର ହାଥରସ୍ ପୀଡିତାଙ୍କ ପରିବାରକୁ ଭେଟିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+