ହାତରେ ଭାରତର ସମ୍ବିଧାନକୁ ଧରି ଶପଥ ନେଲେ ରାହୁଲ
ହାତରେ ଭାରତର ସମ୍ବିଧାନକୁ ଧରି ଶପଥ ନେଲେ ରାହୁଲ ।୧୮ମ ଲୋକସଭାର ପ୍ରଥମ ଅଧିବେଶନର ଦ୍ୱିତୀୟ ଦିନରେ ବିରୋଧୀ ଦଳର ସଦସ୍ୟମାନେ ସାଂସଦମାନେ ଶପଥ ନେଇଛନ୍ତି। ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୨୮୦ ଜଣ ସାଂସଦ ଶପଥ ନେଇଥିଲେ। ଆଜି ବାକି ସାଂସଦମାନେ ଶପଥ ନେଇଛନ୍ତି। ଏହି କ୍ରମରେ ଆଜି ଅର୍ଥାତ୍ ମଙ୍ଗଳବାର ଉତ୍ତରପ୍ରଦେଶ ରାଏବରେଲିର କଂଗ୍ରେସ ନେତା ତଥା ଏମପି ରାହୁଲ ଗାନ୍ଧୀ ସଂସଦର ସଦସ୍ୟତା ଗ୍ରହଣ କରିଛନ୍ତି।
ଏହି ସମୟରେ ରାହୁଲ ଗାନ୍ଧୀ ସମ୍ବିଧାନର ଏକ ନକଲ ସହିତ ଶପଥ ଗ୍ରହଣ କରିବାକୁ ଆସିଥିଲେ।ତାଙ୍କୁ ଲୋକସଭାର କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଶପଥ ପାଠ କରାଇଛନ୍ତି। କିନ୍ତୁ ଶପଥ ପାଠ ବେଳେ ରାହୁଲ ଗାନ୍ଧି ନିଜ ହାତରେ ଭାରତର ସମ୍ବିଧାନକୁ ଧରିଥିଲେ। କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ସମ୍ବିଧାନ ଉପରେ ହମଲା କରୁଥିବା ଅଭିଯୋଗ କରୁଥିବା ରାହୁଲ ଶପଥ ପାଠ ବେଳେ ମଧ୍ୟ ଏହାକୁ ଧରିଥିଲେ।

ଶପଥ ଗ୍ରହଣ କରିବା ପରେ ରାହୁଲ ଗାନ୍ଧୀ ଜୟ ହିନ୍ଦ ଏବଂ ଜୟ ସମ୍ବିଧାନର ସ୍ଲୋଗାନ ଦେଇଥିଲେ। ଯେତେବେଳେ ରାହୁଲ ଗାନ୍ଧୀ ଶପଥ ଗ୍ରହଣ କରିବା ପରେ ଦସ୍ତଖତ କରିବାକୁ ଯାଉଥିଲେ, ସେତେବେଳେ ଗୃହରେ ଉପସ୍ଥିତ ଥିବା ଭାରତୀୟ ଜନତା ପାର୍ଟି(ଭାଜପା)ର ଏମପିମାନେ ଜୟ 'ଶ୍ରୀ ରାମ' ସ୍ଲୋଗାନ ଦେଇଥିଲେ।












Click it and Unblock the Notifications