ଝାରସୁଗୁଡ଼ାରେ ରାହୁଲଙ୍କ ନ୍ୟାୟ ଯାତ୍ରା
Bharat Jodo Nyay Yatra: ଓଡ଼ିଶାରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଜାରି ରହିଛି । ଆଜି ଓଡ଼ିଶାରେ ରାହୁଲ ଗାନ୍ଧିଙ୍କ ତୃତୀୟ ଦିନରେ ଝାରସୁଗୁଡ଼ା ପୁରୁଣା ବସଷ୍ଟାଣ୍ଟରୁ ଯାତ୍ରା ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ କଂଗ୍ରେସର ତୁଙ୍ଗ ନେତା ମାନେ ନଜର ଆସିଥିଲେ । ତେବେ ସକାଳ ୮ଟାରୁ ଯାତ୍ରା ଆରମ୍ଭ ହୋଇଥିଲା ।

ଝାରସୁଗୁଡ଼ା ପୁରୁଣା ବସଷ୍ଟାଣ୍ଟରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ବେହେରାମାଳ କିଷାନ ଛକ ନିକଟରେ ଶେଷ ହୋଇଥିଲା । ଏହି ସମୟରେ ରାହୁଲ ଗାନ୍ଧି ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ । ଏହାପରେ ୪୯ ନମ୍ବର ଜାତୀୟ ରାଜପଥ ଦେଇ ମଧ୍ୟାହ୍ନ ୧୨ରେ ଲଖନପୁର ବ୍ଲକ ଗୋବିନ୍ଦପୁରରେ ପହଞ୍ଚିବା ପରେ ସେଠାରେ କିଛି ସମୟ ବିଶ୍ରାମ ନେଇ ଓଡ଼ିଶା-ଛତିଶଗଡ଼ ସୀମା ରେଙ୍ଗାଲପାଲି ଠାରେ ପହଞ୍ଚିବେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆଜି ରାହୁଲ ଗାନ୍ଧି ଦିଲ୍ଲୀ ଫେରିଯିବା ନେଇ ସୂଚନା ରହିଛି । ତେବେ ଆଜି ଓଡ଼ିଶାରେ ସରିବ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା












Click it and Unblock the Notifications