Get Updates
Get notified of breaking news, exclusive insights, and must-see stories!

ମାୟାବତୀଙ୍କ ଉପରେ ବଡ଼ ଆରୋପ ଲଗାଇଲେ ରାହୁଲ, କହିଦେଲେ କିଛି ଏମିତି....

ରାହୁଲ ଗାନ୍ଧୀ ଗୁରୁବାର ଠାରୁ ଦୁଇ ଦିନିଆ ରାୟବରେଲି ଗସ୍ତରେ ଅଛନ୍ତି। ରାହୁଲ ଏଠାରେ ଦଳିତ ଛାତ୍ର ମାନଙ୍କ ସହିତ ଆଲୋଚନା କରିବା ସମୟରେ, ସେ ମାୟାବତୀଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୂଳ ଭାରତୀ ହଷ୍ଟେଲରେ କହିଛନ୍ତି, "ମୋର ପ୍ରଶ୍ନ ହେଉଛି, କାହିଁକି ବେହେନଜୀ (ମାୟାବତୀ) ଆଜି ପର୍ଯ୍ୟନ୍ତ କୌଣସି ନିର୍ବାଚନ ଠିକ୍ ଭାବରେ ଲଢ଼ି ନାହାଁନ୍ତି ?

Mayawati

ଆମେ ଚାହୁଁଥିଲୁ ଯେ ବେହେନଜୀ ମୋ ସହିତ ବିଜେପି ବିରୁଦ୍ଧରେ ନିର୍ବାଚନ ଲଢ଼ନ୍ତୁ। ଯଦି ତିନୋଟି ଦଳ ଏକାଠି ହୋଇଥାନ୍ତେ, ତେବେ ବିଜେପି କେବେ ନିର୍ବାଚନ ଜିତି ନଥାନ୍ତା। ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ମାୟାବତୀ ବିଜେପିର ବି ଟିମ୍ ଭାବରେ କାମ କରୁଛନ୍ତି। ଦେଶର ସମ୍ବିଧାନରେ ଦଳିତଙ୍କ ଅବଦାନ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ, ଡକ୍ଟର ବି.ଆର. ଆମ୍ବେଦକରଙ୍କ ପାଖରେ ସୁବିଧା ସୁଯୋଗର ଅଭାବ ଥିଲା, ତଥାପି ସେ ସମଗ୍ର ରାଜନୈତିକ ବ୍ୟବସ୍ଥାକୁ ଦୋହଲାଇ ଦେଇଥିଲେ। ଦେଶର ଶ୍ରେଷ୍ଠ ୫ ଶହ ଫାର୍ମ ମଧ୍ୟରୁ କିଛି ଶ୍ରେଷ୍ଠ ଘରୋଇ କମ୍ପାନୀର ନାମ ନେଇ ରାହୁଲ ଗାନ୍ଧୀ ଯୁବପିଢ଼ିଙ୍କୁ ପଚାରିଥିଲେ ଯେ ସେହି କମ୍ପାନୀ ଗୁଡ଼ିକ ମଧ୍ୟରୁ କେତେଟି ଦଳିତଙ୍କ ଦ୍ୱାରା ପରିଚାଳିତ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+