ଅଗ୍ନିବୀର ଯୋଜନାକୁ ନେଇ ବିଜେପି ଉପରେ ବର୍ଷିଲେ ରାହୁଲ, ରାଜନାଥ କହିଲେ...
ନୂଆଦିଲ୍ଲୀ: ଅଗ୍ନିବୀର ପ୍ରସଙ୍ଗରେ ଆଜି ସଂସଦ ରହିଥିଲା ସରଗରମ । ସୋମବାର ଦେଶରେ ଅଗ୍ନିବୀର ଯୋଜନାକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସଂସଦରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ମୋଦୀ ସରକାର ଅଗ୍ନିବୀରଙ୍କ ମୃତ୍ୟୁ ହେଲେ ତାଙ୍କୁ ସହିଦର ମାନ୍ୟତା ଦେଉନି । ଏମିତି କି ତାଙ୍କୁ କ୍ଷତିପୂରଣ ମଧ୍ୟ ଦେଉନି ବୋଲି କଂଗ୍ରେସ ଅଭିଯୋଗ କରିଛି ।
ଅଗ୍ନିବୀର ଯୋଜନା ବିଷୟରେ ଆଲୋଚନା କରି ରାହୁଲ ଗାନ୍ଧୀ କହିଛନ୍ତି, ମୁଁ ଜଣେ ଶହୀଦଙ୍କ ଘରକୁ ଯାଇଥିଲି । ମୁଁ ତାଙ୍କୁ ଶହୀଦ ବୋଲି କହୁଛି, କିନ୍ତୁ ଏହି ସରକାର ତାଙ୍କୁ ଅଗ୍ନିବୀର ବୋଲି କହୁଛନ୍ତି । ଯଦି ଶହୀଦ ହୁଅନ୍ତି ତେବେ ଅଗ୍ନିବୀରଙ୍କ ପରିବାର ପେନସନ ପାଇବେ ନାହିଁ । ଏହାକୁ ବ୍ୟବହାର କରି ଫିଙ୍ଗି ଦିଆଯିବ । ଅଗ୍ନିବୀର ୬ ବର୍ଷ ପାଇଁ ତାଲିମ ପାଆନ୍ତି ।

ଅନ୍ୟପକ୍ଷରେ ଚାଇନାର ସୈନିକମାନେ ପାଞ୍ଚ ବର୍ଷ ପାଇଁ ତାଲିମ ପାଆନ୍ତି ବୋଲି କହିଥିଲେ ରାହୁଲ । ରାହୁଲଙ୍କ ଏଭଳି ଅଭିଯୋଗର ପ୍ରତିକ୍ରିୟା ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଅଗ୍ନିବୀର ସହିଦଙ୍କୁ ସରକାରଙ୍କ ତରଫରୁ ଏକ କୋଟି ଟଙ୍କାର କ୍ଷତିପୂରଣ ରାଶି ଯୋଗାଇ ଦିଆଯାଏ । ରାହୁଲ ଗାନ୍ଧୀ ଅଗ୍ନିବୀରଙ୍କୁ ନେଇ ଭୁଲ ବୟାନ ଦେଇଛନ୍ତି । ସେ ସଂସଦକୁ ଭୁଲେଇବାକୁ ଚେଷ୍ଟା କରୁଛନ୍ତି ।












Click it and Unblock the Notifications