Get Updates
Get notified of breaking news, exclusive insights, and must-see stories!

ଭାରତ ଯୋଡ ଯାତ୍ରାରେ ବାଇକ୍ ଚଲାଇଲେ ରାହୁଲ ଗାନ୍ଧୀ

ଭାରତ ଯୋଡ ଯାତ୍ରାରେ ବାଇକ୍ ଚଲାଇଲେ ରାହୁଲ ଗାନ୍ଧୀ । ସୋଶାଲ ମିଡିଆରେ ଭାଇରାଲ ହେଲା ଭିଡିଓ ।

ଭୋପାଳ : ଭାରତ ଯୋଡୋ ଯାତ୍ରାରେ ବାଇକ୍ ଚାଲାଇଲେ ରାହୁଲ ଗାନ୍ଧୀ । ସୋଶାଲ ମିଡିଆରେ ଭାଇରାଲ ହେଲା ଭିଡିଓ । ବର୍ତ୍ତମାନ ମଧ୍ୟପ୍ରଦେଶ ଦେଇ ଚାଲିଛି ଯାତ୍ରା । ରାହୁଲ ହେଲମେଟ ଲଗାଇ ବାଇକ ଚଳାଇବା ବେଳେ ଗାର୍ଡ ମଧ୍ୟ ରହିଥିବା ଭିଡିଓରେ ଦେଖାଯାଇଛି । ରାହୁଲଙ୍କର କିଛି ଫଲୋୟର୍ସ ମଧ୍ୟ ଦୁଇ କଡରେ ଛିଡା ହୋଇ ତାଙ୍କର ଚିଅର କରୁଥିବା ଦେଖାଯାଇଛି ।

rahul gandhi

ପଶୁ କଲ୍ୟାଣ ବିଷୟରେ ଆଲୋଚନା କରିବା ପାଇଁ ବାଇକ୍ ରେ ତାଙ୍କ ରାଲିକୁ ଫଲୋ କରୁଥିବା ଦୁଇ ଜଣ ବ୍ୟକ୍ତିଙ୍କ ବାବଦରେ ୱାୟନାଡ୍ ସାଂସଦ ପ୍ରତିକ୍ରିୟା ରଖିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଗ୍ୱାଲିୟରସ୍ଥିତ ସିଭିଲ୍ ଇଞ୍ଜିନିୟର ରଜତ ପରାଶର, ଯିଏ ବୁଲା କୁକୁରଙ୍କ ରକ୍ଷଣାବେକ୍ଷଣ ପାଇଁ କାମ କରନ୍ତି । ତାଙ୍କ ସହ ମାର୍ଭେଲ, ତାଙ୍କର 10 ମାସର ଜର୍ମାନ ଶେଫର୍ଡ ରହିଛି ।

ରଜତଙ୍କ ବାଇକ୍ ର ପଛ ସିଟ୍ ରେ ଏକ କଷ୍ଟମାଇଜ୍ କ୍ରେଡଲ୍ ପରି ସେଟଅପ୍ ଅଛି ଯେଉଁଠି ତାଙ୍କ ସାଥୀ ମାର୍ଭେଲ ଆରାମରେ ବସିଥିବା ଦେଖାଯାଇଛି। ଅନେକ ଦିନ ହେବ ପରାଶର ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ସଫଳ ହୋଇ ନଥିଲେ । ଆଜି ସେ ଏହି ଯାତ୍ରାରେ ସାମିଲ ହୋଇଛନ୍ତି। ସେ ଗଣମାଧ୍ୟମ ସହିତ ଆଲୋଚନା ବେଳେ ନିଜର ଖୁସି ବ୍ୟକ୍ତ କରିଛନ୍ତି । ତାଙ୍କର ବାଇକ ରାହୁଲ ଗାନ୍ଧୀ ଚଳାଉଥିବା ନେଇ ତାଙ୍କର ସାକ୍ଷାତ ସଫଳ ହୋଇଥିବା କହିଛନ୍ତି । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ୩,୫୦୦ କିଲୋମିଟର ଯାତ୍ରା ସେପ୍ଟେମ୍ବରରେ ତାମିଲନାଡୁରୁ ଆରମ୍ଭ ହୋଇଥିଲା। ଏହା ଏହାର ପ୍ରାୟ ଅଧା ମାର୍ଗ ସମାପ୍ତ କରିଛି ଏବଂ ଜାନୁଆରୀରେ ଶେଷ ହେବାକୁ ଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+