ନାମାଙ୍କନ ଭରିବା ପୂର୍ବରୁ ରାହୁଲଙ୍କ ଶକ୍ତି ପ୍ରଦର୍ଶନ
ୱାୟାନାଡ : ଲୋକସଭା ନିର୍ବାଚନ ପୂର୍ବରୁ ରାହୁଲ କରିଛନ୍ତି ଶକ୍ତି ପ୍ରଦର୍ଶନ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ରୋଡ୍ ସୋ ବର୍ତ୍ତମାନ କେରଳର ୱାୟାନାଡ ରେ ଚାଲିଛି । ରାହୁଲ ଗାନ୍ଧୀ ୱାୟାନାଡ ଆସନରୁ ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି । ତାଙ୍କ ରୋଡ୍ ସୋ'ରେ ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଉପସ୍ଥିତ ଅଛନ୍ତି ।
ରାହୁଲ ଗାନ୍ଧୀ ଗତ ୨୦୧୯ ରେ ୱାୟାନାଡରୁ ନିର୍ବାଚନରେ ଜିତିଥିଲେ । ୱାୟାନାଡ଼ ଆସନରେ ରାହୁଲ ଗାନ୍ଧୀ ସିପିଆଇର ଆନି ରାଜା ଏବଂ ବିଜେପିର ସୁରେନ୍ଦ୍ରନଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଗତ ନିର୍ବାଚନରେ ରାହୁଲ ଗାନ୍ଧି ପାଖାପାଖି ୫ ଲକ୍ଷ ଭୋଟ୍ ବ୍ୟବଧାନରେ ବଡ଼ ବିଜୟ ହାସଲ କରିଥିଲେ ।

ତେବେ ଏଥର ୱାୟନାଡ ଆସନରୁ ବିଜୟ ହାସଲ କରିବା ରାହୁଲ ଗାନ୍ଧିଙ୍କ ପାଇଁ ସହଜ ହେବ ନାହିଁ । ଏହି ନିର୍ବାଚନରେ ରାହୁଲଙ୍କ ବିପକ୍ଷରେ ଅଛନ୍ତି ସିପିଆଇ ସାଧାରଣ ସମ୍ପାଦକ ଡି ରାଜାଙ୍କ ପତ୍ନୀ ଆନି ରାଜା । ଦଳ ତାଙ୍କୁ ୱାୟନାଡରୁ ପ୍ରାର୍ଥୀ କରିଛି । ରାହୁଲଙ୍କ ବିପକ୍ଷରେ ବିଜେପି ରାଜ୍ୟ ସଭାପତି କେ ସୁରେନ୍ଦ୍ରନ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଏହି ତିନି ଜଣ ଶକ୍ତିଶାଳୀ ନେତା ହୋଇଥିବାରୁ ଏହି ଆସନରେ କଡ଼ା ଟକ୍କର ହେବ ବୋଲି ଅନୁମାନ କରାଯାଉଛି ।












Click it and Unblock the Notifications