ଏହି ଆସନରୁ ଇସ୍ତଫା ଦେଲେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କୁ ମିଳିଲା ବଡ଼ ଦାୟତ୍ୱ

Rahul Gandhi: କଂଗ୍ରେସ ନେତା ରାହୁଲ କେରଳର ୱାୟନାଡ଼ା ଆସନରୁ ଇସ୍ତଫା ଦେଇଛନ୍ତି । ସେ ୟୁପିର ରାଏବରେଲିରେ ଏମପି ରହିବେ ଏବଂ ପ୍ରିୟଙ୍କା ଗାନ୍ଧୀ ୱାୟନାଡା ଆସନର ଦାୟିତ୍ୱ ନେବେ । ରାହୁଲ ଗାନ୍ଧୀ ଲୋକସଭା ବାଟସ୍ପତିଙ୍କ କାର୍ଯ୍ୟାଳୟକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି ।

ନ୍ୟୁଜ୍ ଏଜେନ୍ସି ANI ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଆନୁଷ୍ଠାନିକ ଭାବେ ଲୋକସଭା ବାଚସ୍ପତିଙ୍କ କାର୍ଯ୍ୟାଳୟକୁ ରାଏବରେଲିରେ ଆସନରୁ ସାଂସଦ ଭାବରେ କାର୍ଯ୍ୟ କରିବା ପାଇଁ ଏବଂ ୱାୟନାଡା ଆସନ ଛାଡିବା ନେଇ ଏକ ଚିଠି ପଠାଇଛନ୍ତି। ରାହୁଲ ଗାନ୍ଧୀ ୱାୟନାଡା ଆସନ ଏବଂ ରାଏବରେଲି ଲୋକସଭା ଆସନରୁ ନିର୍ବାଚନ ଜିତିଥିଲେ ଏବଂ ତାଙ୍କୁ ଏହି ଗୋଟିଏ ଆସନ ଖାଲି କରିବାକୁ ପଡିଥିଲା।

ସୋମବାର ଦିନ କଂଗ୍ରେସ ଏହି ବଡ଼ ଘୋଷଣା କରିସାରିଥିଲା ଯେ ରାହୁଲ ଗାନ୍ଧୀ ରାଏବରେଲିରେ ସାଂସଦ ରହିବେ ଏବଂ ପ୍ରିୟଙ୍କା ଗାନ୍ଧୀ ୱାୟନାଡ ଆସନରୁ ନିର୍ବାଚନ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ଯଦି ପ୍ରିୟଙ୍କା ଗାନ୍ଧୀ ୱାୟନାଡ ଆସନରୁ ଉପ-ନିର୍ବାଚନରେ ​​ଜିତନ୍ତି, ତେବେ ସେ ପ୍ରଥମ ଥର ସାଂସଦ ଭାବରେ ସଂସଦରେ ପ୍ରବେଶ କରିବେ। ଯଦି ଏପରି ହୁଏ ତେବେ ଗାନ୍ଧୀ ପରିବାରର ତିନିଜଣ ସଦସ୍ୟ - ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଏକାଠି ସଂସଦର ସଦସ୍ୟ ହେବେ ।

Rahul Gandhi

ଏନେଇ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, "ମୁଁ ୱାୟନାଡ ଲୋକଙ୍କୁ ମୋ ଭାଇ ରାହୁଲ ଗାନ୍ଧୀଙ୍କ ଅନୁପସ୍ଥିତି ଅନୁଭବ କରିବାକୁ ଦେବି ନାହିଁ। ମୁଁ କଠିନ ପରିଶ୍ରମ କରିବି ଏବଂ ସମସ୍ତଙ୍କୁ ଖୁସି କରିବାକୁ ଏବଂ ଜଣେ ଭଲ ପ୍ରତିନିଧୀ ହେବାକୁ ମୁଁ ଚେଷ୍ଟା କରିବି'।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+