ମୋଦିଙ୍କ ଭାଷଣରେ ରାହୁଲଙ୍କ ପ୍ରତିକ୍ରିୟା, କହିଲେ କ୍ରୋଧ ବିନାଶର ଗ୍ୟାରେଣ୍ଟି
Rahul Gandhi on PM Modi Speech: ରାଜ୍ୟସଭାରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର (ଫେବୃଆରୀ ୭) ରେ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ । ଏହି ସମୟରେ ସେ ସାଂସଦ ରାହୁଲ ଗାନ୍ଧୀଙ୍କୁ ମଧ୍ୟ କରିଥିଲେ ଟାର୍ଗେଟ । ବର୍ତ୍ତମାନ ରାହୁଲ ଗାନ୍ଧୀ ସୋସିଆଲ ମିଡ଼ିଆ ପ୍ଲାଟଫମ୍ ଏକ୍ସ ରେ ପୋଷ୍ଟ କରି ଲେଖିଛନ୍ତି ଯେ ନିର୍ବାଚନ ପ୍ଲାଟଫର୍ମ ହେଉ କିମ୍ବା ସଂସଦ , ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟେକ ଭାଷଣ କେବଳ ମିଛର ଭଣ୍ଡାର ହୋଇଛି ।
ସେ ତାଙ୍କ ମିଥ୍ୟା, କରତାଳି ଏବଂ ଗଣମାଧ୍ୟମରେ ଏତେ ବ୍ୟସ୍ତ ରହିଛନ୍ତି ଯେ ଜନସାଧାରଣଙ୍କ ସହ ଜଡିତ ପ୍ରତ୍ୟେକ ପ୍ରଶ୍ନ ତାଙ୍କୁ କ୍ରୋଧିତ କରିଥାଏ । ସେ କହିଛନ୍ତି ଯେ କ୍ରୋଧ ବିକାଶର ଗ୍ୟାରେଣ୍ଟି ନୁହେଁ, ବରଂ ବିନାଶର ଗ୍ୟାରେଣ୍ଟି ଅଟେ । ଭରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ଓଡିଶାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି, "ଭରତ ଯୋଡୋ ନ୍ୟାୟ ଯାତ୍ରା ଆମ ପୋଷ୍ଟରରେ ଲେଖାଯାଇଛି । ଏହି ପୋଷ୍ଟରରେ ନ୍ୟାୟ ଶବ୍ଦ ଯୋଡା ଯାଇଛି କାରଣ ହିଂସା ପଛରେ ଅନ୍ୟାୟ ଆଉ ଅନ୍ୟାୟ ପଝରେ ଘୃଣା ରହିଛି ।

ଏହି ସମୟରେ ସେ ମଣିପୁର ବିଷୟରେ କହି ବିଜେପି ଉପରେ ଅଭିଯୋଗ କରିଛନ୍ତି , ସେ କହିଛନ୍ତି "ମଣିପୁରକୁ ବିଜେପିର ଆଦର୍ଶ ଦ୍ୱାରା ପୋଡି ଦିଆଯାଇଛି । ଆଜି ମଧ୍ୟ ସେଠାରେ ଲୋକଙ୍କୁ ହତ୍ୟା କରାଯାଉଛି, ଘର ପୋଡି ଦିଆଯାଉଛି, କିନ୍ତୁ ଆଜି ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ମଣିପୁର ଗସ୍ତ କରିନାହାଁନ୍ତି । ଏପରିକି ସେଠାକୁ ସେ ଆଉ ଯାଇପାରିବେ ନାହିଁ, କାରଣ ମଣିପୁରର ଲୋକମାନେ ସେମାନଙ୍କୁ ଘୃଣା କରିବା ଆରମ୍ଭ କରି ଦେଇଛନ୍ତି ।












Click it and Unblock the Notifications