ପରିବା ମାର୍କେଟରେ ପହଞ୍ଚିଲେ ରାହୁଲ ଗାନ୍ଧୀ, ରସୁଣ ଦର ଉଡାଇଲା ହୋସ୍....

Rahul Gandhi: କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ସାଧାରଣ ଜନତାଙ୍କୁ ଅନେକ ସମୟରେ ଭେଟିଥାନ୍ତି । କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି ରାହୁଲ ଗାନ୍ଧୀ । ସଂସଦରେ ଶାସକ ଦଳର ସାଂସଦକୁ ଠେଲିବା ଘଟଣା ନେଇ ବେଶ୍ ସରଗରମ ରହିଥିଲା ମାହୋଲ । ବର୍ତ୍ତମାନ ଦିଲ୍ଲୀର ପ୍ରବଳ ଥଣ୍ଡା ସମୟରେ ରାହୁଲ ଗାନ୍ଧୀ ପନିପରିବା କିଣିବା ପାଇଁ ପନିପରିବା ମଣ୍ତିରେ ପହଞ୍ଚିଥିବାର ଭିଡିଓ ଭାଇରାଲ ହେଉଛି । ହେଲେ ପନିପରିବାର ଆକାଶଛୁଆଁ ମୂଲ୍ୟ ରାହୁଲଙ୍କୁ ଆଶ୍ଚର୍ଯ୍ୟ କରିଛି ।

Rahul Gandhi

ରାହୁଲ ଗାନ୍ଧୀ ନିଜେ ପନିପରିବା ବଜାରର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ସେୟାର କରିଛନ୍ତି। ଯେଉଁଥିରେ ସେ ମହିଳାଙ୍କ ସହ ଦିଲ୍ଲୀର ଗିରିନାଗର ପନିପରିବା ବଜାରରେ ଦୋକାନୀମାନଙ୍କ ସହ କଥା ହେଉଥିବାର ଦେଖିବା ପାଇଁ ମିଳୁଛି ।

ପନିପରିବା ବଜାରରେ ରସୁଣର ମୂଲ୍ୟ 400 କିଲୋଗ୍ରାମ ବୋଲି ଶୁଣି ରାହୁଲ ଗାନ୍ଧୀ ଖୁବ୍ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି । ସେ କହିଛନ୍ତି ଦିନେ ରସୁଣ ୪୦ ଟଙ୍କାରେ ମିଳୁଥିଲା ବର୍ତ୍ତମାନ ଏହାର ଦର 400 ଛୁଇଁଲାଣି । ରାହୁଲଙ୍କ ସାଥିରେ ଠିଆ ହୋଇଥିବା ଜଣେ ମହିଳା କହିଛନ୍ତି ରସୁଣ ବଦଳରେ ଆମେ ସୁନା କିଣିନେବା ଭଲ ।

କୋବି, ମଟର, ପିଆଜ ଏବଂ ଆଳୁର ମୂଲ୍ୟ ବୃଦ୍ଧି ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଚିନ୍ତିତ ହୋଇପଡିଛନ୍ତି । ପନିପରିବା ବଜାରରେ ମହିଳାଙ୍କ ସହ ରାହୁଲ ଗାନ୍ଧୀ କଥା ହୋଇଥିଲେ ଏବଂ ଏହା ପରେ ମହିଳାମାନେ ଆଶା ପ୍ରକଟ କରିଥିଲେ ଯେ ବୋଧହୁଏ ବର୍ତ୍ତମାନ ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗ ଉଠାଇବା ପରେ ସରକାର ଜାଗ୍ରତ ହୋଇ ମୂଲ୍ୟ ହ୍ରାସ କରିବେ।

ଭିଡିଓ ସେୟାର କରି ରାହୁଲ ଗାନ୍ଧୀ ଏହାର କ୍ୟାପସନରେ ଲେଖିଛନ୍ତି - ଦିନେ ରସୁଣକିଲୋଗ୍ରାମ ପିଛା 40 ଟଙ୍କା ଥିଲା, ଆଜି ଏହା 400ରେ ପହଞ୍ଚିଛି । ବଢିଥିବା ମୁଦ୍ରାସ୍ଫୀତି ସାଧାରଣ ଲୋକଙ୍କ ବଜେଟକୁ ନଷ୍ଟ କରିଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+