କେରଳ ଭୂସ୍ଖଳନ ଘଟଣାସ୍ଥଳ ପରିଦର୍ଶନ କଲେ ରାହୁଲ , ପିଡ଼ୀତାଙ୍କୁ ସହାୟତା ପାଇଁ ଦେଲେ ଆଶ୍ୱସନା
ୱାୟନାଡ: ଜୁଲାଇ ୩୦ରେ କେରଳର ୱାୟନାଡ଼ରେ ତିନୋଟି ବଡ଼ ଧରଣର ଭୂସ୍ଖଳନ ଘଟିବା ସବୁକିଛି ଛାରକାର ହୋଇଯାଇଛି । ଏହି ଭୂସ୍ଖଳନରେ ୨୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଏବେ ଫସି ରହିଥିବା ଆଶଙ୍କା କରାଯାଉଛି । ବର୍ତ୍ତମାନ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଘଟଣା ସ୍ଥଳକୁ ଯାଞ୍ଚ କରି ପୀଡିତଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ।
ସେ ପୀଡ଼ିତଙ୍କୁ ସାନ୍ତ୍ୱନା ଦେଇଥିଲେ ଏବଂ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ପାଇଁ ସେମାନଙ୍କୁ ଆଶ୍ୱାସନା ଦେଇଥିଲେ । ରାହୁଲ ଗାନ୍ଧୀ କହିଛନ୍ତି ଯେ ମୁଁ ୱାୟନାଡର ଲୋକଙ୍କ ସହ ଛିଡା ହୋଇଛି ଏବଂ ସେମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି । ଏଥି ସହିତ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରି ପୀଡିତମାନଙ୍କୁ ସମସ୍ତ ସାହାଯ୍ୟ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି ।

ପୀଡିତଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ କଂଗ୍ରେସ ଦଳ ପ୍ରସ୍ତୁତ ବୋଲି ସେ କହିଛନ୍ତି । ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଗସ୍ତ ୱାୟନାଡର ଲୋକଙ୍କ ମଧ୍ୟରେ ଆଶା ବଢାଇ ଦେଇଛି ଯେ ସେମାନେ ସାହାଯ୍ୟ ପାଇବେ ବୋଲି କହିଛନ୍ତି ।












Click it and Unblock the Notifications