ଆଜି ଅପରାହ୍ନ ୧ଟାରେ ସାମ୍ବାଦିକ ସମ୍ମିଳନୀ କରିବେ ରାହୁଲ ଗାନ୍ଧୀ

congress

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ସଂସଦୀୟ ସଦସ୍ୟତା ରଦ୍ଦ ହେବା ପରେ ସରଗରମ ହୋଇଛି ଦେଶର ରାଜନିତୀ । ଏହି ପ୍ରସଙ୍ଗ ନେଇ କଂଗ୍ରେସ ବରିଷ୍ଠ ନେତାଙ୍କ ମଧ୍ୟରେ ଏକ ବୈଠକ ହୋଇସାରିଛି । ଯେଉଁଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପ୍ରିୟଙ୍କା ଗାନ୍ଧୀ, ଅଶୋକ ଗେହଲଟ ଏବଂ କେସି ଭେଣୁଗୋପାଣଙ୍କ ପରି ନେତା ସାମିଲ ଥିଲେ । ବର୍ତ୍ତମାନ ଖବର ଏହା ମଧ୍ୟ ରହିଛି ଯେ, ଆଜି ଦିନ ୧ଟାରେ ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜ ପକ୍ଷ ରଖିବେ । ଏନେଇ ଟ୍ୱିଟ୍ କରି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ରାହୁଲ ଗାନ୍ଧୀଙ୍କ ବିରୋଧରେ ନିଆଁଯାଇଥିବା ଆକ୍ସନକୁ ବିରୋଧ କରି କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, "ମୋ ଭାଇ ଆଦାନୀଙ୍କ ପ୍ରସଙ୍ଗ ଉଠାଇଥିଲେ, ସେଥିପାଇଁ ଏପରି ଘଟଣା ଘଟିଛି । ଏହି ସରକାର ଆଦାନୀ ପ୍ରସଙ୍ଗରେ ଉତ୍ତର ଦେବା ପାଇଁ ଚାହାଁନ୍ତି ନାହିଁ । ଆମ ଶରୀରରେ ଶହୀଦଙ୍କ ରକ୍ତ ଅଛି । ଆମେ ପଛଘୁଞ୍ଚା ଦେବୁ ନାହିଁ । ଲଢେଇ ଜାରି ରହିବ । ସେ ଆହୁରୀ କହିଛନ୍ତି, କର୍ଣ୍ଣାଟକ ନିର୍ବାଚନରେ ଦଳକୁ ପୂରା ଶକ୍ତି ପ୍ରଦର୍ଶନ କରିବା ପାଇଁ ପଡିବ । ଯଦି କର୍ଣ୍ଣାଟକରେ କଂଗ୍ରେସର ବିଜୟ ହୁଏ ତେବେ ଏହାର ଉତ୍ତର ବିଜେପି ନିଶ୍ଚୟ ପାଇବ ।

ସୂଚନାଥାଉ ଯେ, ୨୦୧୯ରେ ମୋଦୀ ସାଙ୍ଗିଆ ଟିପ୍ପଣୀ ମାମଲାରେ ଦୋଷୀସାବ୍ୟସ୍ତ ହେବା ପରେ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଦେଲ୍ ଦଣ୍ତାଦେଶ ପାଇବାର ଏକ ଦିନ ପରେ ହିଁ ତାଙ୍କର ଲୋକସଭା ସଦସ୍ୟତା ରଦ୍ଧ ହୋଇଥିଲା । ଏକ ବିଜ୍ଞପ୍ତି ଜାରି କରି ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+