ଶେୟାର ବଜାର କ୍ରାଶ ଘଟଣା:ମୋଦି ଏବଂ ଅମିତ ଶାହଙ୍କୁ ଟାର୍ଗେଟ୍ କଲେ ରାହୁଲ ଗାନ୍ଧୀ
Rahul Gandhi On Stock Market: ଲୋକସଭା ନିର୍ବାଚନ ଶେଷ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଷ୍ଟକ ମାର୍କେଟ କ୍ରାସକୁ ନେଇ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହଙ୍କୁ ଟାର୍ଗେଟ୍ କରିଛନ୍ତି । ଜୁନ୍ 1, 2024 ରେ ଲୋକସଭା ନିର୍ବାଚନର ଏକଜିଟ୍ ପୋଲ୍ ପ୍ରକାଶ ପାଇବା ପରେ ଷ୍ଟକ୍ ମାର୍କେଟ୍ ଜୁନ୍ 3 ରେ ସମସ୍ତ ରେକର୍ଡ ଭାଙ୍ଗିଥିଲା। ଜୁନ୍ 4 ରେ ଫଳାଫଳ ଆସିବା ପରେ ଷ୍ଟକ୍ ମାର୍କେଟ୍ ଭୁଶୁଡି ପଡିଥିଲା । ଏହି ଘଟଣାର ଯୁଗ୍ମ ସଂସଦୀୟ କମିଟି ତଦନ୍ତ କରିବାକୁ ଦାବି କରିଛନ୍ତି ରାହୁଲ ଗାନ୍ଧୀ ।
କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, "ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ଷ୍ଟକ୍ ମାର୍କେଟ ଉପରେ ଟିପ୍ପଣୀ ଦେଇଥିଲେ ଏବଂ ଚାରି ଜୁନ ପରେ ଷ୍ଟକ୍ ମାର୍କେଟ୍ ଦ୍ରୁତ ଗତିରେ ବୃଦ୍ଧି ପାଇବ ଏବଂ ଲୋକମାନେ ସେୟାର କିଣିବା ଉଚିତ୍ ବୋଲି କହିଥିଲେ । ମିଥ୍ୟା ଏକଜିଟ୍ ପୋଲ୍ ଆଭ୍ୟନ୍ତରୀଣ ସର୍ଭେରେ 220 ଟି ସିଟ୍ ଥିଲା, ଏଜେନ୍ସିଗୁଡିକ ମଧ୍ୟ 200 ରୁ 220 ସିଟ୍ କହିଥଲେ, ଜୁନ୍ 3 ରେ ଷ୍ଟକ୍ ମାର୍କେଟ୍ ସମସ୍ତ ରେକର୍ଡ ଭାଙ୍ଗିଥିଲା।
ଯାହା ନେଇ ବର୍ତ୍ତମାନ ରାହୁଲ ଗାନ୍ଧୀ ପ୍ରଶ୍ନ କରିଛନ୍ତି ଯେ, 'ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ନିବେଶ କରିବାକୁ କାହିଁକି ପରାମର୍ଶ ଦେଇଥିଲେ । ଅମିତ ଶାହ କାହିଁକି ଲୋକଙ୍କୁ ସେୟାର କିଣିବାକୁ କହିଥିଲେ? ବିଜେପି ଏବଂ ଏହି ବିଦେଶୀ ନିବେଶକଙ୍କ ମଧ୍ୟରେ କ'ଣ କୌଣସି ସମ୍ପର୍କ ଅଛି, ଆମେ ଏହାର ଜିପିସି ଯାଞ୍ଚ ନେଇ ଦାବି କରୁଛୁ ଏବଂ ଏଥିରେ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହଙ୍କ ଭୂମିକା କ'ଣ ତାହାର ମଧ୍ୟ ତଦନ୍ତ ହେବା ଉଚିଚ୍ । ରାହୁଲ ଗାନ୍ଧୀ ଆହୁରି କହିଛନ୍ତି ଯେ, 30 ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି ଏବଂ କ୍ଷମତାରେ ଥିବା ଲୋକମାନେ ଉପକୃତ ହୋଇଛନ୍ତି, ତେଣୁ ଆମେ ଜେପିସି ତଦନ୍ତ ଦାବି କରୁଛୁ।













Click it and Unblock the Notifications