କର୍ଣ୍ଣାଟକରେ ବନ୍ଦ ହେଲା ଘୃଣାର ବଜାର:ରାହୁଲ ଗାନ୍ଧି

Karnataka Election Results 2023: କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ ପ୍ରାୟ ପ୍ରକାଶ ପାଇସାରିଛି । କଂଗ୍ରେସ ରାଜ୍ୟରେ ଏକାକୀ ବଡ଼ ଦଳ ହେବା ସହ ସରକାର ଗଠନ ପାଇଁ ଆବଶ୍ୟକ ଅଙ୍କ ପାଇଛି । ନିର୍ବାଚନ ପୂର୍ବରୁ ଆସିଥିବା ଓପିନିଅନ ପୋଲ୍ ସତ ହୋଇଛି ।

ବର୍ତ୍ତମାନ ସୁଦ୍ଧା କଂଗ୍ରେସ 129, ବିଜେପି 61, ଜେଡିଏସ୍ 10 ଆସନରେ ବିଜୟୀ ହୋଇଛନ୍ତି । ଏହା ବ୍ୟତୀତ କଂଗ୍ରେସ 7, ବିଜେପି 3 ଏବଂ ଜେଡିଏସ୍ 10 ଆସନରେ ଆଗୁଆ ଅଛି । କଂଗ୍ରେସ ବିଜୟ ଆଡ଼କୁ ଯାଇଥିବା ବେଳେ ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ଆରମ୍ଭ ହୋଇଯାଇଛି ସେଲିବ୍ରେସନ । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଯୋଗ ଦେଇ ସମସ୍ତ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Rahul Gandhi

ରାହୁଲ ଗାନ୍ଧି କହିଛନ୍ତି, କର୍ଣ୍ଣାଟକରେ ଘୃଣାର ବଜାର ବନ୍ଦ ହୋଇଛି । ପ୍ରେମର ଦୋକାନ ଖୋଲିଛି । ଏହା ସମସ୍ତଙ୍କର ବିଜୟ । ପ୍ରଥମତଃ ଏହା କାର୍ଣ୍ଣାଟକ ଲୋକଙ୍କର ବିଜୟ । ନିର୍ବାଚନ ପ୍ରଚାର ବେଳେ ମୁଁ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ୫ଟି ପ୍ରତିଶ୍ରୁତି ଦେଇଥିଲୁ ଯାହା ଆମେ ପ୍ରଥମ କ୍ୟାବିନେଟରେ ଅନୁମୋଦନ ଦେବୁ । କର୍ଣ୍ଣାଟକବାସୀଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+