ସମଗ୍ର ଲଦାଖ ଜାଣିଛି...ଚୀନ ଆମର ଜମି ନେଇଛି...ଜାଣନ୍ତୁ ଏପରି କ'ଣ ପାଇଁ କହିଲେ ରାହୁଲ ଗାନ୍ଧି
Rahul Gandhi On India-China Border Dispute: ଚୀନର ନୂଆ ମାନଚିତ୍ରକୁ ନେଇ ପୁରୁଣା କଥା ପୁଣି ଦୋହରାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । ସେ କହିଛନ୍ତି, "ମୁଁ ବର୍ଷ ବର୍ଷ ଧରି କହି ଆସୁଛି ଯେ, ଚୀନ ଆମର ଇଞ୍ଚେ ଜମି ବି ନେଇ ନାହିଁ ବୋଲି କେନ୍ଦ୍ର ସରକାର ଯେଉଁ ଦୃଢୋକ୍ତି ଦେଉଛନ୍ତି ତାହା ସମ୍ପୁର୍ଣ୍ଣ ମିଥ୍ୟା । ସମଗ୍ର ଲଦାଖ ଜାଣିଛି ଚୀନ ଆମର ଜମି ନେଇଛି ବୋଲି ।

ନ୍ୟୁଜ୍ ଏଜେନ୍ସି ANI ସହିତ ଆଲୋଚନା କରି ରାହୁଲ ଗାନ୍ଧି କହିଛନ୍ତି ଯେ, ମାନଚିତ୍ର ବିଷୟ ଅତ୍ୟନ୍ତ ଗମ୍ଭୀର, ହେଲେ ଚୀନ୍ ପୂର୍ବରୁ ଆମ ଜମି ନେଇସାରିଲାଣି । ଏ ବିଷୟରେ ପ୍ରଧାନମନ୍ତ୍ରୀ ନିଜ ପ୍ରତିକ୍ରିୟା ରଖିବା ଉଚିତ୍ ।
#WATCH | Delhi | While leaving for Karnataka, Congress MP Rahul Gandhi speaks on China government's '2023 Edition of the standard map of China'; says, "I have been saying for years that what the PM said, that not one inch of land was lost in Ladakh, is a lie. The entire Ladakh… pic.twitter.com/NvBg0uhNY1
— ANI (@ANI) August 30, 2023
28 ଅଗଷ୍ଟରେ ଚୀନ୍ ମାନଚିତ୍ରର 2023 ସଂସ୍କରଣ ପ୍ରକାଶ କରିଥିଲା । ଯେଉଁଥିରେ ଭାରତର ଅରୁଣାଚଳ ପ୍ରଦେଶ ଏବଂ ଆକ୍ସାଇ ଚିନକୁ ନିଜ ଅଞ୍ଚଳ ବୋଲି ବର୍ଣ୍ଣନା କରିଥିସା ଚୀନ । ଏହା ସହିତ ତାଇୱାନ ଏବଂ ଦକ୍ଷିଣ ଚୀନ୍ ସାଗରକୁ ମଧ୍ୟ ନିଜକ ବୋଲି ଦାବି କରିଛି ଚୀନ । ଭାରତ ଉପରେ ଚୀନ୍ର ଦାବିକୁ ଭାରତ ତୀବ୍ର ବିରୋଧ କରିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, ଚୀନରେ ଏପରି ଦାବିକୁ ଆମେ ପ୍ରତ୍ୟାଖ୍ୟାନ କରୁଛୁ ।
କାରଣ କୌଣସି ତଥ୍ୟ ନରଖି ଚୀନ ଏପରି ବାରମ୍ବାର କରେ । ସେହିପରି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ଚୀନର ମ୍ୟାପ୍ ପ୍ରକାଶକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଏହା ଚୀନର ପୁରୁଣା ଅଭ୍ୟାସ । ଭାରତର କିଛି ଅଂଶ ନିଜ ମାନଚିତ୍ରରେ ପ୍ରକାଶ କରିବା ଦ୍ୱାରା କିଛି ପରିବର୍ତ୍ତନ ହେବ ନାହିଁ । ଆମ ସରକାର ଏ ବିଷୟରେ ସ୍ପଷ୍ଟ କରିସାରିଛନ୍ତି ।
ସୂଚନାଥାଉ ଯେ, ନିକଟରେ ଲଦାଖରେ ପିତା ରାଜୀବ ଗାନ୍ଧି ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ ରାହୁଲ ଗାନ୍ଧି ଅଭିଯୋଗ ଆଣିଥିଲେ ଯେ, ଚୀନ ଲଦାଖରେ ଅନୁପ୍ରବେଶ କରିସାରିଛି ।












Click it and Unblock the Notifications