ହିନ୍ଦୀଭାଷୀ ରାଜ୍ୟରେ 'ଭାରତ ଯୋଡୋ' ଯାତ୍ରାକୁ ମିଳିଛି ସଫଳତା, ଭବିଷ୍ୟତରେ ସରକାର ଗଠନ କରିବ କଂଗ୍ରେସ: ରାହୁଲ ଗାନ୍ଧୀ
ହିନ୍ଦୀଭାଷୀ ରାଜ୍ୟରେ 'ଭାରତ ଯୋଡୋ' ଯାତ୍ରାକୁ ମିଳିଛି ସଫଳତା,ଭବିଷ୍ୟତରେ ସରକାର ଗଠନ କରିବ କଂଗ୍ରେସ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: କଂଗ୍ରେସର ଭାରତ 'ଯୋଡୋ ଯାତ୍ରା'ର ସଫଳତାକୁ ନେଇ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି ଯେ, ଦକ୍ଷିଣ ଅପେକ୍ଷା ତିନୋଟି ହିନ୍ଦୀଭାଷୀ ରାଜ୍ୟରୁ ତାଙ୍କୁ ଅଧିକ ସଫଳତା ମିଳିଛି । ପୂର୍ବ ଅପେକ୍ଷା କଂଗ୍ରେସ ଅଧିକ ଶକ୍ତିଶାଳୀ ହୋଇଛି । ସେ ଆହୁରି କହିଛନ୍ତି ଯେ, ଆଗାମୀ ଦିନରେ ଉତ୍ତର ଭାରତର ତିନୋଟି ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବାକୁ । ଯେଠିକାର ଲୋକେ ଭୟ, ଘୃଣା, ମହଙ୍ଗା ଏବଂ ବେକାରୀକୁ ବିରୋଧ କରୁଛନ୍ତି । ଏହି ସମସ୍ତ ଜିନିଷରୁ ମୁକ୍ତି ପାଇବା ପାଇଁ ଏହି ରାଜ୍ୟର ଲୋକମାନେ ଭବିଷ୍ୟତରେ କଂଗ୍ରେସକୁ ସମର୍ଥନ କରିବେ ।

ତିନୋଟି ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବ । ମଧ୍ୟପ୍ରଦେଶ, ହରିୟାଣାର, ଉତ୍ତରପ୍ରଦେଶରେ 'ଭାରତ ଯୋଡୋ' ଯାତ୍ରାକୁ ଭଲ ପ୍ରତିକ୍ରିୟା ମିଳିଛି । ଭବିଷ୍ୟତରେ କଂଗ୍ରେସ ଏହି ରାଜ୍ୟରେ ସରକାର ଗଠନ କରିବ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଏହି ସରକାର କୃଷକ ଏବଂ ଗରିବ ଲୋକଙ୍କ ସ୍ୱାର୍ଥରେ କାର୍ଯ୍ୟ କରିବ।












Click it and Unblock the Notifications