For Quick Alerts
Turn On Notification  
For Daily Alerts
Oneindia App Download

ଆଦାନୀ-ଅମ୍ବାନୀଙ୍କ ଆୟ ଦୁଇଗୁଣା କରିଛନ୍ତି ନରେନ୍ଦ୍ର ମୋଦୀ ; ରାହୁଲ ଗାନ୍ଧୀ

କୃଷି ଆଇନ ଏବଂ କୃଷକଙ୍କୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ପୁଣି ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ | ରାହୁଲ ଅଭିଯୋଗ କରିଛନ୍ତି ଯେ, କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ପରିବର୍ତ୍ତେ ମୋଦୀ ସରକାର ଆଦାନୀ ଏବଂ ଅମ୍ବାନୀଙ୍କ ଆୟ ବୃଦ୍ଧି କରିଛନ୍ତି |

|

ନୂଆଦିଲ୍ଲୀ : କୃଷି ଆଇନ ଏବଂ କୃଷକଙ୍କୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ପୁଣି ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ | ରାହୁଲ ଅଭିଯୋଗ କରିଛନ୍ତି ଯେ, କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ପରିବର୍ତ୍ତେ ମୋଦୀ ସରକାର ଆଦାନୀ ଏବଂ ଅମ୍ବାନୀଙ୍କ ଆୟ ବୃଦ୍ଧି କରିଛନ୍ତି | ରାହୁଲ ଗାନ୍ଧୀ ରବିବାର ଟୁଇଟ୍ କରି କହିଛନ୍ତି, 'ପ୍ରତିଶ୍ରୁତି ଥିଲା କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା, ମୋଦୀ ସରକାର ଆୟକୁ ଅନେକ ଗୁଣା ବୃଦ୍ଧି କରିଛନ୍ତି କିନ୍ତୁ ଆଦାନୀ-ଅମ୍ବାନୀଙ୍କର | ରାହୁଲ କହିଛନ୍ତି, 'ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ କଳା କୃଷି ଆଇନକୁ ଠିକ୍ ବୋଲି ବିବେଚନା କରୁଛନ୍ତି, ସେମାନେ କୃଷକଙ୍କ ସପକ୍ଷରେ କଣ ସମାଧାନ ଖୋଜିବେ ?' ଏବେ ହେବ #କିଷାନ କି ବାତ୍ |

କେନ୍ଦ୍ରର କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଜାରି
କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷି ଆଇନ ବିରୋଧରେ ଚାଷୀଙ୍କ ବିରୋଧ ଜାରି ରହିଛି | ଦିଲ୍ଲୀ ଯାତ୍ରା କରିଥିବା ହଜାର ହଜାର କୃଷକ ଏବେ ମଧ୍ୟ ସିନ୍ଧୁ ଏବଂ ଟିକରୀ ସୀମାରେ ଆନ୍ଦୋଳନ କରୁଛନ୍ତି | ବୁରି ପଡିଆରେ ପ୍ରଦର୍ଶନ କରିବାକୁ ସରକାରଙ୍କ ପ୍ରସ୍ତାବକୁ କୃଷକମାନେ ପ୍ରତ୍ୟାଖ୍ୟାନ କରିଛନ୍ତି | କୃଷକମାନେ କହିଛନ୍ତି ଯେ ପର୍ଯ୍ୟନ୍ତ ସରକାର କୃଷି ଆଇନ ପ୍ରତ୍ୟାହାର କରିବାକୁ ନିଶ୍ଚିତ ନକରନ୍ତି ସେ ପର୍ଯ୍ୟନ୍ତ ସେମାନେ ସିନ୍ଧୁ ସୀମାରେ ଆନ୍ଦୋଳନ ଜାରି ରଖିବେ |

Farmer-Protest-Delhi

ବୁରାଡ଼ୀ ପଡ଼ିଆରେ ଆନ୍ଦୋଳନ କରିବାକୁ ଚାଷୀଙ୍କୁ ଗୃହମନ୍ତ୍ରୀଙ୍କ ପ୍ରସ୍ତାବ
କୃଷକଙ୍କ ପ୍ରଦର୍ଶନ ଯୋଗୁଁ ଅନେକ ରାସ୍ତା ବନ୍ଦ ହୋଇଯାଇଛି | ଅନେକ ଟ୍ରେନ୍ ମଧ୍ୟ ବାତିଲ କରାଯାଇଛି | ସାଧାରଣ ଜନତା ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କୃଷକମାନଙ୍କୁ ବୁରାଡ଼ୀ ପଡ଼ିଆରେ ଆସି ଆନ୍ଦୋଳନ କରିବାକୁ ନିବେଦନ କରିଛନ୍ତି | ଅମିତ ଶାହା କହିଛନ୍ତି ଯେ ନିର୍ଦ୍ଧାରିତ ସ୍ଥାନକୁ ଯିବା ମାତ୍ରେ କେନ୍ଦ୍ର ବୁଝାମଣା କରିବାକୁ ପ୍ରସ୍ତୁତ ଅଛି | ଗୃହମନ୍ତ୍ରୀ କହିଛନ୍ତି ଯେ ଡିସେମ୍ବର 3ରେ ଆଲୋଚନା ପାଇଁ କୃଷକଙ୍କ ପ୍ରତିନିଧିମାଙ୍କୁ ଡକାଯାଇଛି | କେତେକ କୃଷକ ସଂଗଠନ ତୁରନ୍ତ ଆଲୋଚନା କରିବାକୁ ଦାବି କରିଛନ୍ତି ଏବଂ ବୁରାଡ଼ୀ ପଡ଼ିଆରେ ଚାଷୀମାନେ ସ୍ତାନାନ୍ତର ପରେ କେନ୍ଦ୍ର ଆଲୋଚନା କରିବାକୁ ପ୍ରସ୍ତୁତ ଅଛି |

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Rahul Gandhi tweets on PM Narendra Modi for new agri law of central govt.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X