ରାହୁଲ-ରାଜନାଥ ମୁହାଁମୁହିଁ ! ଭିଡ଼ଓ ହେଲା ଭାଇରାଲ
ନୂଆଦିଲ୍ଲୀ: ଚଳିତ ସଂସଦ ଅଧିବେଶନରେ କଂଗ୍ରେସ କ୍ରମାଗତ ଭାବରେ ସରକାରଙ୍କୁ ଘେରିବାରେ ଲାଗିଛି। ଆଦାନୀ ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ କଂଗ୍ରେସ ପ୍ରତିଦିନ ନୂଆ ଢଙ୍ଗରେ ସଂସଦ ବାହାରେ ବିରୋଧ କରୁଛି। ବିରୋଧୀ ଦଳର ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଏହି ବିରୋଧ ପ୍ରଦର୍ଶନ କରାଯାଉଛି।
ଆଜି ବି ଅନେକ କଂଗ୍ରେସ ନେତା ଏହି ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। ଜ୍ୟାକେଟ୍, ମାସ୍କ ଏବଂ ବ୍ୟାଗ ପରେ କଂଗ୍ରେସ ନେତାମାନେ ବୁଧବାର (ଡିସେମ୍ବର ୧୧)ରେ ବିଜେପି ସାଂସଦମାନଙ୍କୁ ଗୋଲାପ ଏବଂ ତ୍ରିରଙ୍ଗା ପତାକା ପ୍ରଦାନ କରିଛନ୍ତି। ଏହି ସମୟରେ ଏକ ବିଶେଷ ଘଟଣା ଦେଖିବାକୁ ମିଳିଛି। ଯେତେବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂସଦ ଭିତରକୁ ପ୍ରବେଶ କରୁଛନ୍ତି ଏହି ସମୟରେ ରାହୁଲ ହଠାତ୍ ତାଙ୍କ ଆଗକୁ ଚାଲି ଆସିଥିଲେ। ଏହି ଦୃଶ୍ୟ କିଛି ସମୟ ପାଇଁ ରୋଚକ ପରିସ୍ଥିତି ଦେଖିବାକୁ ମିଳିଥିଲା।

ରାଜନାଥ ସିଂହ ତାଙ୍କ କାରରୁ ଓହ୍ଲାଇବା ମାତ୍ରେ ରାହୁଲ ଗାନ୍ଧି ତୁରନ୍ତ ତାଙ୍କ ଆଗକୁ ଚାଲି ଆସିଥିଲେ। ଏହି ସମୟରେ ରାଜନାଥ ସିଂହ ଏବଂ ରାହୁଲଙ୍କ ମଧ୍ୟରେ କିଛି ସେକେଣ୍ଡ ପାଇଁ କଥାବାର୍ତ୍ତା ହୋଇଥିଲା। କିନ୍ତୁ ରାହୁଲ ତାଙ୍କୁ ତ୍ରିରଙ୍ଗା ଓ ଗୋଲାପ ଦେବା ମାତ୍ରେ ରାଜନାଥ ଏହାକୁ ନ ନେଇ ହସି ହସି ଆଗକୁ ଚାଲି ଯାଇଥିଲେ। ଏହି ସମୟରେ କଂଗ୍ରେସ ନେତା, ବିଜେପି ନେତା ଏବଂ ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀମାନେ ମଧ୍ୟ ହସୁଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଏହି ଘଟଣାର ପୂରା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
#WATCH | Delhi | In a unique protest in Parliament premises, Congress MP and LoP Lok Sabha, Rahul Gandhi gives a Rose flower and Tiranga to Defence Minister Rajnath Singh pic.twitter.com/9GlGIvh3Yz
— ANI (@ANI) December 11, 2024
ଏହାକୁ ନେଇ କଂଗ୍ରେସ ସାଂସଦ ଇମରାନ ପ୍ରତାପଗଢୀ କହିଛନ୍ତି, ଆମେ ଗାନ୍ଧୀଙ୍କ ପଥ ଅନୁସରଣ କରି ସଂସଦରେ ଶାସକ ଦଳର ବନ୍ଧୁମାନଙ୍କୁ ତ୍ରିରଙ୍ଗା ସହ ଗୋଲାପ ଦେଇ ଅପିଲ୍ କରୁଛୁ ଆଦାନୀ ହାତରେ ଦେଶକୁ ଟେକି ଦିଅନ୍ତୁ ନାହିଁ । ସରକାର ସଂସଦ ନଚଳାଇ ଦେବା ପାଇଁ ପ୍ରତିଶ୍ରୁତି ନେଇଛନ୍ତି । ବିରୋଧୀ ବାରମ୍ବାର ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ଅଭିଲ୍ କରୁଛି ଯେ, ଗୃହକୁ ଚାଲିବାକୁ ଦିଅନ୍ତୁ ଆଉ ଆଦାନୀ ବିଷୟରେ ଆଳୋଚନା ହେଉ । କିନ୍ତୁ ସରକାର ଆଦାନୀକୁ ବଞ୍ଚାଇବାକୁ ସବୁ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି ।












Click it and Unblock the Notifications