ଇଣ୍ଡିଆ ମେଣ୍ଟ ବିଜେପିକୁ ହରାଇଲେ, ରାହୁଲ ଗାନ୍ଧୀ ହେବେ ପ୍ରଧାନମନ୍ତ୍ରୀ: ମଲ୍ଲିକାର୍ଜୁନ ଖଡଗେ
Lok Sabha Election 2024: ଲୋକସଭା ନିର୍ବାଚନ 2024ର 6 ଟି ପର୍ଯ୍ୟାୟ ପାଇଁ ମତଦାନ ଶେଷ ହୋଇଥିବା ବେଳେ ସପ୍ତମ ପର୍ଯ୍ୟାୟ ପାଇଁ ଭୋଟ୍ ଜୁନ୍ 1 ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏହାରି ମଧ୍ୟରେ ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା କରି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଦାବି କରିଛନ୍ତି ଯେ ଏଥର ଇଣ୍ତିଆ ମେଣ୍ଟ ଏକ ମିଳିତ ସରକାର ଗଠନ କରିବାକୁ ଯାଉଛି।
ଏହି ସାକ୍ଷାତକାରରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି, ଯଦି ସାଧାରଣ ନିର୍ବାଚନରେ ଇଣ୍ତିଆ ମେଣ୍ଟ ବିଜେପିକୁ ହରାଇବାରେ ସଫଳ ହୁଏ ତେବେ ରାହୁଲ ଗାନ୍ଧୀ ହେବେ ଦେଶର ନୂଆ ପ୍ରଧାନମନ୍ତ୍ରୀ । ଲୋକସଭା ନିର୍ବାଚନରେ ଇଣ୍ଡିଆ ଆଲାଇନ୍ସର ପ୍ରଦର୍ଶନ ସମ୍ପର୍କରେ କଂଗ୍ରେସ ସଭାପତି କହିଛନ୍ତି, 'ଆମେ ଏଥର ସରକାର ଗଠନ କରିବାକୁ ଯାଉଛୁ। ଭାରତ ମିଳିତ ମଞ୍ଚ 275 ରୁ ଅଧିକ ସିଟ୍ ପାଇବ, ଏଥର ଆମେ ସବୁ ଦିଗରୁ ଭଲ ରିପୋର୍ଟ ପାଇଛୁ।

ଲୋକସଭା ନିର୍ବାଚନ ପ୍ରଚାର ଶେଷ ହେବା ମାତ୍ରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର (30 ମଇ) ସନ୍ଧ୍ୟାରେ କନ୍ୟାକୁମାରୀରେ ପହଞ୍ଚିଥିଲେ। ତାଙ୍କର 45 ଘଣ୍ଟିଆ ଧ୍ୟାନ କନ୍ୟାକୁମାରୀର ବିବେକାନନ୍ଦ ରକ୍ ମେମୋରିଆଲ୍ ର ଧାନା ମଣ୍ଡପମ୍ ରେ ଜାରି ରଖିଛନ୍ତି । ଏହାକୁ ମଧ୍ୟ ସମାଲୋଚନା କରି ଖଡଗେ କହିଛନ୍ତି, ଯଦି ପ୍ରଧାନମନ୍ତ୍ରୀଙ୍କୁ ଧ୍ୟାନ କରିବାର ଥିଲା ତେବେ ସେ ନିଜ ଘରେ ରହି ମଧ୍ୟ କରିପାରି ଥାନ୍ତେ ।
ଆପଣ ଦଶ ହଜାର ପୋଲିସ୍ ସହିତ କୌଣସି ଧ୍ୟାନ କରିପାରିବେ ନାହିଁ । ଧ୍ୟାନ କରିବା ପାଇଁ କେହି ସାଥିରେ ଟିଭି ନେଇକି ଯାଆନ୍ତି ନାହିଁ । ଏହା ଏକ ପ୍ରକାରର ଛଳନା ।












Click it and Unblock the Notifications