WFI ବିବାଦ ମଧ୍ୟରେ କୁସ୍ତି ଯୋଦ୍ଧାଙ୍କୁ ଭେଟିଲେ ରାହୁଲ ଗାନ୍ଧି
ଦିଲ୍ଲୀ:୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀ ବହୁତ ସକ୍ରିୟ ହୋଇପଡ଼ିଛନ୍ତି । କେତେବେଳେ ରେଳ ଷ୍ଟେସନରେ , କେତେବେଳେ ବସ୍ ଷ୍ଟାଣ୍ଡରେ, କେବେ କାର୍ପେରଣ୍ଟରଙ୍କ ସ୍ଥାନରେ ତ କେତେବେଳେ ମୋଟର ମେକାନିକ୍ସ ଏବଂ ଟ୍ରକ୍ ଡ୍ରାଇଭରଙ୍କୁ ଭେଟି ରାହୁଲ ଗାନ୍ଧୀ ସାଧାରଣ ଜନତାଙ୍କ ମନ ଜାଣୁଛନ୍ତି । ଆଉ ଆଜି ସକାଳେ ରାହୁଲ ଗାନ୍ଧୀ କୁସ୍ତି ସଙ୍ଗଠନ ଏବଂ ରେସଲରଙ୍କ ମଧ୍ୟରେ ବିବାଦକୁ ନେଇ ବିରୋଧ କରୁଥିବା କୁସ୍ତି ଯୋଦ୍ଧା ମାନଙ୍କୁ ଭେଟିଛନ୍ତି ।
ରାହୁଲ ଗାନ୍ଧୀ ହରିୟାଣାର ଝାଜ୍ଜର ଜିଲ୍ଲାର ବାହାଦୂରଗଡର ଚାରା ଗ୍ରାମରେ ଅବସ୍ଥିତ ଲାଲ ଦିୱାନ ଚାନ୍ଦ ଆଧୁନିକ ରେସଲିଂ ଏବଂ ଯୋଗ କେନ୍ଦ୍ରରେ ପହଞ୍ଚିଥିଲେ । ଏହା ହେଉଛି ସେହି ମଞ୍ଚଯେଉଁଠାରୁ ଅଲିମ୍ପିଆନ୍ ଖେଳାଳି ବଜରଙ୍ଗ ପୁନିଆ ଏବଂ ଆନ୍ତର୍ଜାତୀୟ ରେସଲର ଦୀପକ ପୁନିଆ ସେମାନଙ୍କ କୁସ୍ତି କ୍ୟାରିଅର୍ ଆରମ୍ଭ କରିଥିଲେ । ରାହୁଲ ବିରେନ୍ଦ୍ର ଆର୍ଯ୍ୟ ଆଖଡା ଯାଇ ବଜରଙ୍ଗ ପୁନିଆ ଏବଂ ଅନ୍ୟ କୁସ୍ତି ଖେଳାଳିଙ୍କୁ ଭେଟିଛନ୍ତି । ଯାହାର ଫଟୋ ସାମ୍ନାକୁ ଆସିଛି । କଂଗ୍ରେସ ନେତା କୁସ୍ତିଯୋଦ୍ଧାମାନଙ୍କ ସହ ବସିଥିବାର ନଜର ଆସିଛନ୍ତି ।

ରାହୁଲ ଗାନ୍ଧୀ ଆଖଡ଼ାରେ ପ୍ରାୟ ଅଢ଼େଇ ଘଣ୍ଟା ରହିଥିଲେ । ଏହି ସମୟ ମଧ୍ୟରେ କୌଣସି କଂଗ୍ରେସ ନେତା କିମ୍ବା କର୍ମୀ ଏଠାରେ ନଥିଲେ । ରାହୁଲ ଗାନ୍ଧୀଙ୍କୁ ମୂଳା ଦେଇ ମଞ୍ଚରେ ସ୍ୱାଗତ କରାଯାଇଥିଲା । ଆଉ ରାହୁଲ ଗାନ୍ଧି ସେଠାରୁ ଯିବାବେଳେ କୁସ୍ତିଯୋଦ୍ଧାମାନେ କ୍ଷେତରୁ ଆଖୁ ଆଣି ତାଙ୍କୁ ଉପହାର ଦେଇଥିଲେ । କୁସ୍ତି ମଇଦାନରେ ରାହୁଲ ଗାନ୍ଧୀ କୁସ୍ତି ଯୋଦ୍ଧା ମାନଙ୍କ ସହ କୁସ୍ତି କୌଶଶଳ ଶିକ୍ଷିବା ପାଇଁ ଚେଷ୍ଟା ମଧ୍ୟ କରିଥିଲେ । ରାହୁଲ ଗାନ୍ଧୀ ବଜରଙ୍ଗ ପୁନିଆଙ୍କ ସହ ଖଟ ଉପରେ କୁସ୍ତି ଅଭ୍ୟାସ କରିଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି ।
ବଜରଙ୍ଗ ପୁନିଆଙ୍କ ସହ ଅନେକ କୁସ୍ତିଖେଳାଳିଙ୍କ ସହ ରାହୁଲ ହାତ ମିଳାଇଥିଲେ । ସେହି କୁସ୍ତିମା ଯୋଦ୍ଧା ନଙ୍କ ସହିତ ଖଟ ଉପରେ ବହୁତ ସମୟ ବିତାଇଲେ । ଆଖେଡା ନିର୍ଦ୍ଦେଶକ ତଥା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଏବଂ ଦୀପକ ପୁନିଆଙ୍କ ପ୍ରଶିକ୍ଷକ ଆର୍ଯ୍ୟ ବିରେନ୍ଦ୍ର ଡାଲାଲ କହିଛନ୍ତି ଯେ ଯେତେବେଳେ ରାହୁଲ ଗାନ୍ଧୀ ହଠାତ୍ ସେମାନଙ୍କ ମଞ୍ଚକୁ ଆସିଥିବାର ଦେଖି ଆମ୍ଭେମାନେ ବହୁତ ଖୁସି ହୋଇଥିଲୁ ।
-
ଟି୨୦ ବିଶ୍ବକପ ଫାଇନାଲରେ ଭାରତ, ଜାକବ ବେଥେଲଙ୍କ ଲଢ଼ୁଆ ଶତକ ସତ୍ତ୍ବେ ହାରିଲା ଇଂଲଣ୍ଡ -
ବଦଳିବ ପାଗ, ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା -
ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ -
ଭାରତକୁ ପ୍ରତିଦ୍ବନ୍ଦ୍ବୀ ହେବାକୁ ଦେବୁନାହିଁ: ଆମେରିକା -
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ-ସାନିୟା, ଗ୍ରାଣ୍ଡ ୱେଡିଂରେ ସାମିଲ ହେଲେ.... -
ପଶ୍ଚାତାପ ଆମେରିକା କରିବ ; ଇରାନ ବୈଦେଶିକ ମନ୍ତ୍ରୀ -
ବିଧାନସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ -
ବିଜୁ ବାବୁଙ୍କ ସହ ପୁରୁଣା ଫଟୋ ପୋଷ୍ଟ କଲେ ଦିଲ୍ଲୀପ ରାୟ, ଲେଖିଲେ ମନର କଥା -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ଇରାନର ଶକ୍ତିଶାଳୀ ଯୁଦ୍ଧ ଜାହାଜ ବୁଡ଼ିବା ଘଟଣା, ସମୁଦ୍ରରୁ ୮୭ ଜଣଙ୍କ ମୃତଦେହ ଉଦ୍ଧାର












Click it and Unblock the Notifications