ହେମନ୍ତଙ୍କ ପତ୍ନୀ କଳ୍ପନାଙ୍କୁ ଭେଟିଲେ ରାହୁଲ
ରାଞ୍ଚି: ଝାଡଖଣ୍ଡରେ ଚମ୍ପାଇ ସୋରେନଙ୍କ ସରକାର ଫ୍ଲୋର ଟେଷ୍ଟ ପାସ କରିଛନ୍ତି । ଏହି ସମୟରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ଭେଟିଛନ୍ତି । ସୂଚନାନୁସାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାସଭବନରେ କଳ୍ପନା ସୋରେନଙ୍କ ସହ ସାକ୍ଷାତ କରିବାକୁ ରାହୁଲ ଗାନ୍ଧି ପହଁଞ୍ଚିଛନ୍ତି ।
ହେମନ୍ତ ସୋରେନଙ୍କୁ ଗିରଫ କରାଯିବା ପରେ ରାହୁଲ ଗାନ୍ଧୀଙ୍କ କଳ୍ପନା ସୋରେନଙ୍କ ସହ ସାକ୍ଷାତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । କଳ୍ପନା ସୋରେନଙ୍କ ସହ ରାହୁଲ ଗାନ୍ଧୀଙ୍କ ଏହି ସାକ୍ଷାତ ପୂର୍ବ ଯୋଜନା ହୋଇନଥିବା ଏବେ କୁହାଯାଉଛି । ସୁଚନାନୁସାରେ ସୋମବାର ଦିନ, ଗୋଟିଏ ପଟେ ଚମ୍ପାଇ ସୋରେନ୍ ସରକାର ରାଞ୍ଚି ବିଧାନସଭାରେ ଆସ୍ତା ଭୋଟ୍ ଜିତିଥିବା ବେଳେ ଅନ୍ୟ ପଟେ ରାହୁଲ ଗାନ୍ଧୀ ମଧ୍ୟ ଭାରତ ଯୋଡ଼ ନ୍ୟାୟ ଯାତ୍ରା ବର୍ତ୍ତମାନ ରାଞ୍ଚିରେ ଚାଲିଛି ।

ଏହି ସମୟରେ ହଠାତ୍ କଂଗ୍ରେସ ସାଂସଦ ତଥା ବରିଷ୍ଠ ନେତା ରାହୁଲ ଗାନ୍ଧୀ କଳ୍ପନା ସୋରେନଙ୍କୁ ଭେଟିବା ପାଇଁ ହେମନ୍ତ ସୋରେନଙ୍କ ବାସଭବନରେ ପହଞ୍ଚିଥିଲେ । ରାହୁଲ ଗାନ୍ଧୀ ଭାରତ ଯୋଡୋ ନ୍ୟାୟ ଯାତ୍ରା ଏବେ ରାଞ୍ଜଚିରେ ଚାଲିଛି । ଅନ୍ୟପଟେ ହେମନ୍ତ ସୋରେନ ପାଞ୍ଚ ଦିନ ପାଇଁ ଇଡି ରିମାଣ୍ଡରେ ଅଛନ୍ତି । ତେବେ ସୋମବାର ସେ ଅସ୍ତା ଭୋଟ୍ ସମୟରେ ଗୃହ କାର୍ଯ୍ୟରେ ମଧ୍ୟ ଭାଗ ନେଇଥିଲେ । ଏହି ସମୟରେ ହେମନ୍ତ ସୋରେନ ଗୃହରେ ନିଜର ମତ ଉପସ୍ଥାପନ କରିଥିଲେ ।












Click it and Unblock the Notifications