IPS ଆତ୍ମହତ୍ୟା ମାମଲା:ରାହୁଲଙ୍କ ଦାବି ‘ଅଭିଯୁକ୍ତ ଅଫିସରଙ୍କୁ ଗିରଫ କରାଯାଉ..’
କଂଗ୍ରେସ ସାଂସଦ ରାଲ ଗାନ୍ଧୀ ମଙ୍ଗଳବାର ଚଣ୍ଡିଗଡ଼ ପହଞ୍ଚିଛନ୍ତି । ଆତ୍ମହତ୍ୟା କରିଥିବା ହରିୟାଣା ଆଇପିଏସ ଅଫିସର ୱାଇ ପୁରଣ କୁମାରଙ୍କ ଘରକୁ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏଥିସହ ତାଙ୍କ ପରିବାରକୁ ଭେଟି ଶୋକ ପ୍ରକାଶ କରିଛନ୍ତି । ପୁରନ କୁମାରଙ୍କ ପରିବାରକୁ ସାକ୍ଷାତ କରିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗଣମାଧ୍ୟମ ସହ ଆଲୋଚନା କରିଥିଲେ । ସେ କହିଥିଲେ, ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଅଭିଯୁକ୍ତ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ମୁଁ କେନ୍ଦ୍ର ସରକାର ଓ ହରିୟାଣା ସରକାରଙ୍କୁ କହୁଛି ।
ପୁରନ କୁମାରଙ୍କ ପରିବାର ଉପରେ ଯେଉଁ ଚାପ ରହିଛି, ତାକୁ ହଟାଯାଉ । ଏଭଳି ଅଫିସରଙ୍କୁ ଗିରଫ କରାଯିବା ଉଚିତ୍ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ପୀଡ଼ିତଙ୍କ ପରିବାରକୁ ଅପମାନ କରାଯାଇଛି, ତାଙ୍କ ସମ୍ମାନକୁ ଫେରାଯାଉ ବୋଲି ସେ ଦାବି କରିଛନ୍ତି । ପରିବାରର ଦାବି ରହିଛି ଯେ, ଏହା କେବଳ ଗୋଟିଏ ପରିବାରର ମାମଲା ନୁହେଁ, ପୁରା ଦଳିତ ସମାଜ ସହ ଏହା ଜଡ଼ିତ ।

କହିରଖୁଛୁ ଯେ, ଚଣ୍ଡିଗଡ଼ସ୍ଥିତ ସେକ୍ଟର ୧୧ରେ ଥିବା ବାସଭବନରେ ଆଇପିଏସ୍ ପୁରନ କୁମାର ସର୍ଭିସ ରିଭଲଭରରୁ ନିଜକୁ ଗୁଳି କରି ଜୀବନ ହାରିଥିଲେ। ୮ ପୃଷ୍ଠାର ସୁଇସାଇଡ୍ ନୋଟ୍ରେ ହରିୟାଣାର ଡିଜିପି ଶତ୍ରୁଜୀତ କପୁର ସମେତ ୧୩ ବରିଷ୍ଠ ଆଇପିଏସ ଅଫିସରଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଥିଲେ ପୁରନ କୁମାର । ଏହି ନୋଟ୍ରେ ଜାତିଗତ ଭେଦଭାବ, ମାନସିକ ଉତ୍ପୀଡ଼ନ, ସାର୍ବଜନିକ ଭାବେ ଅପମାନିତ କରିବା ଭଳି ଗମ୍ଭୀର ଅଭିଯୋଗ ଆଣିଥିଲେ । ଭିନ୍ନକ୍ଷମ ଆଇପିଏସ ଅଧିକାରୀଙ୍କ ସ୍ତ୍ରୀଙ୍କ ଦାବି ଯେ, ଏଫଆଇଆରରେ ଶତ୍ରୁଜୀତ କପୁର ଓ ବିଜରାନିଆଙ୍କ ନାଁ ବି ଲେଖାଯାଇଥିଲା । ଘଟଣାରେ ହରିୟାଣା ଡିଜିପି ଶତ୍ରୁଜିତ କପୁରଙ୍କୁ ଲମ୍ବା ଛୁଟିରେ ପଠାଇଛନ୍ତି ରାଜ୍ୟ ସରକାର ।












Click it and Unblock the Notifications