ରାହୁଲ ଗାନ୍ଧୀଙ୍କ ଉପରେ ହୋଇପାରେ ବଡ଼ ଆକ୍ରମଣ, ଜାଣନ୍ତୁ ଏପରି କାହିଁକି କହିଲେ ସଞ୍ଜୟ ରାଉତ
Maharashtra Assembly Election 2024: ଶିବସେନା ସାଂସଦ ସଞ୍ଜୟ ରାଉତ ଶୁକ୍ରବାର ଦିନ ବିଜେପି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ଏକ ବଡ଼ କଥା କହିଛନ୍ତି । ସେ କହିଛନ୍ତି, କଂଗ୍ରେସ ସାଂସଦ ତଥା ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣ ହେବା ପାଇଁ ଯାଉଛି । ରାଉତ ଆହୁରି କହିଛନ୍ତି, ରାହୁଲ ଗାନ୍ଧୀ ଏବଂ ଇଣ୍ଡିଆ ବ୍ଲକର ସଦସ୍ୟଙ୍କ ବିରୋଧରେ ଷଡଯନ୍ତ୍ର ରଚାଯାଉଛି ।

ସଞ୍ଜୟ ରାଉତ କହିଛନ୍ତି ଯେ ରାହୁଲ ଗାନ୍ଧୀ ଲୋକସଭାରେ ଗଣତନ୍ତ୍ରର ସ୍ୱର ଉତ୍ତୋଳନ କରୁଛନ୍ତି। ରାହୁଲ ଗାନ୍ଧୀ ସରକାରଙ୍କୁ ଆଇନା ଦେଖାଇବାର କାମ କରିଛନ୍ତି । ସେଥିପାଇଁ ତାଙ୍କ ବିରୋଧରେ ଷଡଜନ୍ତ୍ର ରଚାଯାଉଛି, ଏହାକ ସାମ୍ନା କରିବା ପାଇଁ ଆମେ ପ୍ରସ୍ତୁତ । ବିଜେପି ସଂଖ୍ୟାଗରିଷ୍ଠତା ହରାଇଛି, ହେଲେ ଅସାମ୍ବିଧାନିକ କାର୍ଯ୍ୟ କରିବାର ନିଶା ଦଳକୁ ଛାଡୁ ନାହିଁ । ରାହୁଲ ଗାନ୍ଧୀ ଏବଂ ଆମ ସମସ୍ତଙ୍କ ବିରୋଧରେ ଏକ ଷଡଯନ୍ତ୍ର ରଚାଯାଉଛି । ତେବେ ଷଡଯନ୍ତ୍ର ଦେଶରେ ନୁହେଁ ବରଂ ବିଦେଶରେ କରାଯାଉଛି ।
ସଞ୍ଜୟ ରାଉତ ଆହୁରି କହିଛନ୍ତି, ଆଗାମୀ ଦିନରେ କିଛି ବଡ଼ ଘଟଣା ଘଟିବା ପାଇଁ ଯାଉଛି । ଆସନ୍ତାକାଲି ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣ କରାଯାଇପାରେ, ଏହା ପରେ ଆମ ଉପରେ ମଧ୍ ଆକ୍ରମଣ କରାଯାଇପାରେ। ରାହୁଲ ଗାନ୍ଧୀ ଏହି ସରକାରଙ୍କର ନିଦ ଉଡାଇ ଦେଇଛନ୍ତି । ହେଲେ ଯେ କୌଣସି ସମୟରେ ଆମ ଉପରେ ଗ୍ୟାଙ୍ଗଷ୍ଟରଙ୍କ ସାହାଯ୍ୟରେ ଆକ୍ରମଣ କରାଯାଇପାରେ।
ସେ ଆହୁରି କହିଛନ୍ତି, ଦୁଇ ମାସ ପରେ ରାଜ୍ୟ ସରକାରଙ୍କ 'Meri ladli behna yojana' ମଧ୍ୟ ବନ୍ଦ ହୋଇଯିବ । ଏହା ଜନସାଧାରଣଙ୍କ ପାଇଁ ଏକ ବିଶ୍ୱାସଘାତକତା ବର୍ତ୍ତମାନ ବିଧାନସଭା ନିର୍ବାଚନ ଅଛି କିନ୍ତୁ ଦୁଇ ମାସ ମଧ୍ୟରେ ଏହି ଯୋଜନା ମଧ୍ୟ ହୋଇଯିବ ।












Click it and Unblock the Notifications