ବିବାହ କରିବେ ରାହୁଲ ଗାନ୍ଧି ! ଝିଅ ଦେଖିବା ପାଇଁ କହିଲେ ସୋନିଆ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ପ୍ରଶଂସକ ଚାହୁଁଛନ୍ତି ସେ ଖୁବ ଶୀଘ୍ର ବିବାହ କରିନିଅନ୍ତୁ । ୫୩ ବର୍ଷ ହେଲାଣି ହେଲେ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି ରାହୁଲ । ପୂର୍ବରୁ ବିବାହକୁ ନେଇ ରାହୁଲଙ୍କୁ ଅନଥର ପ୍ରଶ୍ନ କରାଯାଇଛି ହେଲେ ବର୍ତ୍ତମାନ ମା ସୋନିଆ ଗାନ୍ଧିଙ୍କୁ ତାଙ୍କ ପୁଅର ବିବାହ ବିଷୟରେ ଜଣେ ମହିଳା ପ୍ରଶ୍ନ କରିଛନ୍ତି।

କିଛି ଦିନ ପୂର୍ବରୁ ସୋନିପତର କିଛି ମହିଳା କୃଷକମାନଙ୍କୁ ଦିଲ୍ଲୀ ଆସିବା ନିମନ୍ତ୍ରଣ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଆଜି ମହିଳା ମାନେ ଦିଲ୍ଲୀ ଜନପଥରେ ଥିବା ସୋନିଆଙ୍କ ଘରେ ପହଞ୍ଚିଥିଲେ । ମହିଳାଙ୍କ ମାନଙ୍କୁ ସ୍ୱାଗତ କରାଯାଇଥିଲା ଏବଂ ଚାଷୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ଏହି ସମୟରେ ଜଣେ ମହିଳା ସୋନିଆଙ୍କୁ ପ୍ରଶ୍ନ କରିଥିଲେ ଯେ, ପୁଅ ରାହୁଲ ଗାନ୍ଧି କାହିଁକି ବିବାହ କରୁ ନାହାନ୍ତି । ଯାହାର ବେଶ୍ ମଜାଳିଆ ଉତ୍ତର ଦେଇଥିଲେ ସୋନିଆ ଗାନ୍ଧି । ସେ କହିଥିଲେ 'ପୁଅ ପାଇଁ ତୁମେ ଝିଅ ଦେଖ' ।
ଯାହା ପରେ ରାହୁଲଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି । ସୋସିଆଲ ମିଡିଆରେ କଂଗ୍ରେସ ନେତାଙ୍କୁ ପ୍ରଶ୍ନ କରାଯାଉଛି ଯେ ସେ, କେବେ ବିବାହ କରୁଛନ୍ତି । ଏହା ପୂର୍ବରୁ ପଟନା ଗସ୍ତ ସମୟରେ ଲାଲୁ ପ୍ରସାଦ ଯାଦବ ମଧ୍ୟ ରାହୁଲଙ୍କୁ ପ୍ରଶ୍ନ କରିଥିଲେ ଯେ, ସେ କେବେ ବିବାହ କରୁଛନ୍ତି ।
ସୂଚନାଥାଉ ଯେ, ଚାଷୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ଜିଏସଟି ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା ।












Click it and Unblock the Notifications