ୟୁପିଏସସିରେ ଆରଏସଏସ ମାଧ୍ୟମରେ ନିଯୁକ୍ତି ଦିଆଯାଉଛି: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ : କଂଗ୍ରେସ ଏମପି ତଥା ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି। ୟୁପିଏସସି ଦ୍ୱାରା କରାଯାଇଥିବା ସମ୍ପ୍ରତି ନିଯୁକ୍ତି ସମ୍ପର୍କରେ ସେ କହିଛନ୍ତି ଯେ ଏହି ସରକାର ଲୋକସେବା ଆୟୋଗ ପରିବର୍ତ୍ତେ 'ରାଷ୍ଟ୍ରୀୟ ସ୍ବୟଂସେବାକ ସଂଗଠନ' ମାଧ୍ୟମରେ ବଡ ପଦବୀରେ ନିଯୁକ୍ତି କରୁଛନ୍ତି।
ରାହୁଲ ଗାନ୍ଧୀ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ଏଭଳି ଭାବେ ସରକାରୀ କର୍ମଚାରୀ ନିଯୁକ୍ତି କରି ସମ୍ବିଧାନ ଉପରେ ଆକ୍ରମଣ କରୁଛନ୍ତି। ଲାଟରାଏ ଏଣ୍ଟ୍ରି ମାଧ୍ୟମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟରେ ଗୁରୁତ୍ୱପୂର୍ଣ୍ଣ ପଦବୀ ନିଯୁକ୍ତି କରି ଏସସି, ଏସଟି ଏବଂ ଓବିସି ବର୍ଗର ସଂରକ୍ଷଣକୁ ଖୋଲାଖୋଲି ଭାବେ ଛଡ଼ାଇ ନିଆଯାଉଛି।

ରାହୁଲ ଗାନ୍ଧୀ କହିଛନ୍ତି, ମୁଁ ସର୍ବଦା କହିଛି ଯେ ବଞ୍ଚିତ ବ୍ୟକ୍ତିମାନେ ଦେଶର ସର୍ବୋଚ୍ଚ ଅମଲାତନ୍ତ୍ର ସମେତ ଦେଶର ସର୍ବୋଚ୍ଚ ପଦବୀରେ ପ୍ରତିନିଧିତ୍ବ କରନ୍ତି ନାହିଁ। ଏହାକୁ ବିକଶିତ କରିବା ପରିବର୍ତ୍ତେ ସେମାନଙ୍କୁ ଶୀର୍ଷ ସ୍ଥାନରୁ ହଟାଇ ଦିଆଯାଉଛି। ମୋଦୀଙ୍କୁ ଆକ୍ରମଣ କରି ରାହୁଲ କହିଛନ୍ତି ଯେ ୟୁପିଏସସି ପାଇଁ ପ୍ରସ୍ତୁତ ପ୍ରତିଭାବାନ ଯୁବବର୍ଗଙ୍କ ଅଧିକାର ଉପରେ ଏହା ଏକ ଡକାୟତି ଏବଂ ବଞ୍ଚିତ ଲୋକଙ୍କ ପାଇଁ ସଂରକ୍ଷଣ ସମେତ ସାମାଜିକ ନ୍ୟାୟ ଧାରଣାକୁ ଏକ ବଡ଼ ଝଟକା।
କିଛି କର୍ପୋରେଟର ପ୍ରତିନିଧୀମାନେ ଗୁରୁତ୍ୱପୂର୍ଣ୍ଣ ସରକାରୀ ପଦବୀ ଦଖଲ କରି କ'ଣ କରିବେ ତାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ସେବି। ସେବିରେ ଘରୋଇ କ୍ଷେତ୍ରରୁ ଆସୁଥିବା ବ୍ୟକ୍ତିଙ୍କୁ ପ୍ରଥମ ଥର ପାଇଁ ଅଧ୍ୟକ୍ଷ କରାଯାଇଥିଲା । ଏହାର ଫଳାଫଳ ଏବେ ସାମ୍ନାକୁ ଆସିଛି ବୋଲି ରାହୁଲ କହିଛନ୍ତି।












Click it and Unblock the Notifications